ଶଗଡ଼ିଆ ନାଳ ଉପରେ ନିର୍ମାଣ ହେବ ଉଚ୍ଚ-ଲେବୁଲ ସେତୁ

ହରଭଙ୍ଗା: ହରଭଙ୍ଗା -ଛତ୍ରଙ୍ଗ ପୂର୍ତ୍ତ ବିଭାଗ ରାସ୍ତାରେ ୧୯୮୨ ମସିହାରେ ଶଗଡ଼ିଆ ନାଳ ଉପରେ ଏକ ଲୋ-ଲେବୁଲ ସେତୁ ନିର୍ମାଣ ହୋଇଥିଲା । ଏହି ସେତୁ ନିର୍ମାଣ ହେବାର ୪୦ବର୍ଷ ବିତିଗଲାଣି । ଏହି ସେତୁଟି ଲୋ-ଲେବୁଲ ସେତୁ ହୋଇଥିବାରୁ ଲଗାଣ ବର୍ଷା ଓ ବନ୍ୟା ସମୟରେ ଏହି ସେତୁ ଉପରେ ୫ଫୁଟରୁ ଉର୍ଦ୍ଧ୍ୱ ବନ୍ୟାଜଳ ପ୍ରବାହିତ ଯୋଗୁଁ ଏହି ଅଂଚଳଟି ଜଳବନ୍ଦୀ ହୋଇପଡୁଛି ଏବଂ ଯୋଗାଯୋଗ ବିଚ୍ଛିନ୍ନ ହେବାସହ ହରଭଙ୍ଗା କଲେଜକୁ ଛାତ୍ରଛାତ୍ରୀମାନେ ଯାଇପାରୁନାହାନ୍ତି । ସେତୁ ଉପରେ ବନ୍ୟାଜଳ ପ୍ରବାହିତ ଯୋଗୁଁ ରୋଗୀଟି ମଧ୍ୟ ଚିକିତ୍ସା ପାଇଁ ଆସିପାରୁନାହାନ୍ତି । ଜନ ସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ସମ୍ମୁଖୀନ ହେଉଛନ୍ତି । କାରଣ ହରଭଙ୍ଗା ଠାରେ ଡାକ୍ତରଖାନା,ଥାନା, କଲେଜ, ବ୍ୟାଙ୍କ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ଅଛି ।

ଜନସାଧାରଣ ଏହି ସେତୁ ବାଟ ଦେଇ ହରଭଙ୍ଗା ବଜ଼ାରକୁ ଆସନ୍ତି । ବର୍ଷା ଜଳ ଏହି ସେତୁ ଉପରେ ୫ଫୁଟ ଉଚ୍ଚତାରେ ପ୍ରବଳ ବେଗରେ ଜଳ ପ୍ରବାହିତ ଯୋଗୁଁ ଦୀର୍ଘ ସମୟ ଧରି ଯୋଗାଯୋଗ ବିଚ୍ଛିନ୍ନ ହୋଇପଡୁଛି । ଏଣୁ ଦୀର୍ଘ ଦିନରୁ ଏଠାରେ ଉଚ୍ଚ ଲେବୁଲ ସେତୁ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ବୌଦ୍ଧ ବିଧାୟକ ତଥା ପଂଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଅଂଚଳବାସୀ ଦାବୀ କରିଆସୁଥିଲେ । ବର୍ତ୍ତମାନ ଏହି ‘ଶଗଡ଼ିଆ ନାଳ’ଉପରେ ଉଚ୍ଚ ଲେବୁଲ ସେତୁ କରିବା ପାଇଁ ବୌଦ୍ଧ ପୂର୍ତ୍ତ ବିଭାଗ ପକ୍ଷରୁ ସର୍ଭେ କରାଯାଇ ରାଜ୍ୟ ପୂର୍ତ୍ତ ବିଭାଗକୁ ଅଟକଳ କରାଯାଇ ପ୍ରସ୍ତାବ ଦିଆଯାଇଛି । ରାଜ୍ୟ ପୂର୍ତ୍ତ ବିଭାଗ ଏହା ଅନୁମୋଦନ କରି ଆସନ୍ତା ଅକ୍ଟୋବର ମାସରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ବୌଦ୍ଧ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରଭାତ ଦାସ ପ୍ରକାଶ କରିଛନ୍ତି ।

Comments (0)
Add Comment