ପୁରୀ- ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଜନ୍ମଦିନ ।ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ।ପୁରୀରେ ବାଲୁକା କଳାରେ ବଲିଉଡ୍ ହିରୋ ଅକ୍ଷୟ କୁମାରଙ୍କୁ ଜନ୍ମଦିନ ଶୁଭେଚ୍ଛା । ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସେପ୍ଟେମ୍ବର 9 2025 ।58 ବର୍ଷରେ ପାଦ ଦେବେ ଅକ୍ଷୟ କୁମାର ଓରଫ ରାଜୀବ ହରି ଓମ୍ ଭାଟିଆ । ଏହି ଅବସରରେ ସେ ନିଜର 200 ତମ ଫିଲ୍ମର ଘୋଷଣା କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ବାର୍ତ୍ତା ଦେଇଛନ୍ତି ।ଯେଉଁଥିରେ ଲେଖା ଯାଇଛି ମିଲିଆନ୍ସ ବ୍ଲେଶିଂ ଆର୍ ୱିଥ ୟୁ ଅର୍ଥାତ୍ ମିଲିୟନ ଲୋକଙ୍କ ଆଶୀର୍ବାଦ ଅକ୍ଷୟଙ୍କ ସହ ରହିଛି । ପ୍ରାୟ 7 ଫୁଟ ଚଉଡ଼ା ଓ 6 ଫୁଟ ଉଚ୍ଚ ଏହି ବାଲୁକା କଳାରେ ରହିଛି ଅକ୍ଷୟଙ୍କ ବାଲୁକା ଚିତ୍ର ।