ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ : ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ଗୁରୁତର ସୁପର୍ ଭାଇଜର ବକ୍ସି ପ୍ରତିହାରୀଙ୍କ ଅବସ୍ଥା ସ୍ଥିର ରହିଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ତାଙ୍କର କାନ୍ଧ,କହୁଣି ଓ ମଣିବନ୍ଧରେ ଆଘାତ ଲାଗିଛି । ଏହି ଦୁଇଟି ସ୍ଥାନରେ ଷ୍ଟିଚ ପଡ଼ିଛି । ପିଠି ଓ ହାତରେ ମଧ୍ୟ ଆଘାତ ଲାଗିଛି । କିନ୍ତୁ ଷ୍ଟିଚର କୌଣସି ଆବଶ୍ୟକତା ନାହିଁ ବୋଲି ଡାକ୍ତର କହିଛନ୍ତି । ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଏହି ଆକ୍ରମଣ ହୋଇଛି । ଶ୍ରୀମନ୍ଦିରରେ ରାବିଡି ବିକ୍ରିକୁ ନେଇ ବକ୍ସିଙ୍କୁ ଏହି ଆକ୍ରମଣ ହୋଇଛି । ତେବେ ଏକ୍ସ-ରେ କରାଯାଊଛି । ଏବେ ଏକ୍ସ-ରେ ରିପୋର୍ଟ ଆସିବା ପରେ ଦରକାର୍ ପଡିଲେ କଟକ ରେଫର୍ କରାଯିବ ବୋଲି ଜଣାପଡିଛି । ଆଘାତରୁ ଜଣାପଡ଼ୁଛି ଯେ ଏହା କଟ ଇଞ୍ଜୁରୀ ଅଟେ । ତେଣୁ କୌଣସି ଧାରୁଆ ଅସ୍ତ୍ର ବ୍ୟବହାର କରାଯାଇଥାଇପାରେ ବୋଲି ଅନୁମାନ କରାଯାଉଛି ।

ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜଙ୍କ ଉପରେ ହୋଇଥିବା ଆକ୍ରମଣକୁ କଡା ନିନ୍ଦା କରିଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ । ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । କୌଣସି ପ୍ରକାର ଅସାମାଜିକ ତତ୍ତ୍ବଙ୍କୁ ଶ୍ରୀମନ୍ଦିର ପରିସରରେ ବରଦାସ୍ତ କରାଯିବ ନାହିଁ । ଘଟଣାକୁ ଗୁରୁତ୍ବର ସହ ନେଇ କଡ଼ା ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ବରିଷ୍ଠ ସୁପରଭାଇଜରଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟ ପ୍ରଶାସକ।

Comments (0)
Add Comment