କେନ୍ଦୁଝର ସାଂସଦଙ୍କୁ ବିଫୁଳ ସ୍ୱାଗତ ସମ୍ବର୍ଦ୍ଧନା, ଜନତାଙ୍କୁ ଧନ୍ୟବାଦ ଦେଲେ ସାଂସଦ ଅନନ୍ତ ନାୟକ

କେନ୍ଦୁଝର: କେନ୍ଦୁଝର ସାଂସଦ ଅନନ୍ତ ନାଏକ ସୋମବାର ଦିନ ତାଙ୍କ ସମର୍ଥକ ମାନଙ୍କ ସହିତ ପାଟଣା ବ୍ଲକର ବିଭିନ୍ନ ପଞ୍ଚାୟତ ଅଧିନସ୍ତ ବିଭିନ୍ନ ଗାଁ କୁ ଗସ୍ତ କରି ଲୋକଙ୍କ ଅସୁବିଧା ବୁଝିବା ସହିତ ଅନନ୍ତ ନାୟକଙ୍କୁ ନିର୍ବାଚନରେ ଲୋକମାନେ ବିପୁଳ ସଂଖ୍ୟାରେ ବିଜୟୀ କରିଥିବାରୁ ଜନସାଧାରଣଙ୍କୁ ଶ୍ରୀ ନାୟକ ଧନ୍ୟବାଦ ଜଣାଉଥିବା ଦେଖିବାକୁ ମିଳିଛି । ସାଂସଦ ଆସୁଥିବା ଜାଣି ତାଙ୍କ ସମର୍ଥକ ଓ ଗ୍ରାମର ମହିଳାମାନେ ସାଂସଦଙ୍କୁ ବନ୍ଦାପନା କରିବା ସହ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପାଟଣା ନିର୍ବାଚନ ମଣ୍ଡଳୀର କେନ୍ଦେଇପଶି ମଣ୍ଡଳ ସଭାପତି ମିତ୍ରଭାନୁ ମହାନ୍ତଙ୍କ ନେତୃତ୍ୱରେ ସୋମବାର ଦିନ କେନ୍ଦେଇପଶି ମଣ୍ଡଳର ସିଲିଦା, ଖୁଣ୍ଟାପଡା,ମହିଷାମୁଣ୍ଡି, ମୁରୁସୁଆଁ, ରାଜନଗର ଗ୍ରାମରେ ପହଞ୍ଚିବା ପରେ ସାଂସଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଗ୍ରାମବାସୀ ମାନେ । ଗ୍ରାମରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ ଶୁଣିଥିଲେ ସାଂସଦ । ପାନୀୟ ଜଳ, ଆବାସ, ରାସ୍ତା ପରି ସମସ୍ୟା ସମ୍ପର୍କରେ ସାଂସଦଙ୍କୁ ଅବଗତ କରିଥିଲେ ଲୋକମାନେ । ଏହି କାର୍ଯ୍ୟକ୍ରମରେ ବିଧାନସଭା ସଂଯୋଜକ ସୁଦର୍ଶନ ମହାନ୍ତ,ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ବିଜେପି ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପସଭାନେତ୍ରୀ ମମିତା ନାଏକ, ପ୍ରିୟବ୍ରତ ସିଂହ, ଦିଲୀପ କୁମାର ସେଠୀ, ବିଜୟ ଗାରଡ଼ିଆ, ପ୍ରକାଶ ଗାରଡ଼ିଆ, ଚତୁର୍ଭୁଜ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment