ଗଡଜାତ ଲୋକ ମହୋତ୍ସବ ତୃତୀୟ ସନ୍ଧ୍ୟା,ସମ୍ବଲପୁରୀ ଗୀତରେ ଝୁମିଲେ ଦର୍ଶକ

ହରଭଙ୍ଗା: ଐତିହ୍ୟ, ସଂସ୍କୃତି, ପରମ୍ପରା, ଲୋକ ନୃତ୍ୟ, ଲୋକ ବାଦ୍ୟ ଓ ସଂଗୀତର ମହା ସମନ୍ୱୟ ବୌଦ୍ଧ ଗଡଜାତର ରାଜ୍ୟ ସ୍ତରୀୟ ଅଷ୍ଟମ ବାର୍ଷିକ ଲୋକ ମହୋତ୍ସବଦ ତୃତୀୟ ସନ୍ଧ୍ୟାରେ ପହଁଚିଛି । ଗଡଜାତ ସାଂସ୍କୃତିକ କଳାପରିଷଦ ଦ୍ୱାରା ଆୟୋଜିତ ସାଧୁ ଚରଣ ଉଚ୍ଚ ବିଦ୍ୟାଳୟରେ ମହୋତ୍ସବ ତୃତୀୟ ସନ୍ଧ୍ୟାରେ ବୌଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପାଖରେ ସନ୍ଧ୍ୟା ଆଳତି ପରେ ନିମନ୍ତ୍ରିତ ଅତିଥି ମାନଙ୍କୁ ସଂଗୀତକାର ଓ ନିର୍ଦ୍ଦେଶକ ବ୍ରହ୍ମା କୁମ୍ଭାର ଓ ସାଥି ସ୍ୱାଗତ ସଂଗୀତ ଗାନ କରି ମଞ୍ଚକୁ ଆମନ୍ତ୍ରିତ କରାଯାଇଥିଲା । ପରେ ନିମନ୍ତ୍ରିତ ଅତିଥିଙ୍କୁ ବିଜୟ କୁମାର ପ୍ରଧାନଙ୍କ ଦ୍ୱାରା ପରିଚୟ ପ୍ରଦାନ ଓ ପୁଷ୍ପ ଗୁଚ୍ଛ ଏବଂ ବ୍ୟାଞ୍ଜ ପ୍ରଦାନ ଦେଇ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ତୃତୀୟ ସନ୍ଧ୍ୟାରେ ସଭାପତି କମିଟିର ସମ୍ପାଦକ ଦେବାଶିଷ ମହାକୁଡ଼ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଓକିଲ ସଙ୍ଘ ସଭାପତି ଧୁରୀଣ କୁମାର ଦେହୁରୀ, ସମ୍ମାନିତ ଅତିଥି ଭାବେ ଖଡ଼ଙ୍ଗ ମହୋତ୍ସବ ବୌଦ୍ଧର ସଭାପତି ମନୋଜ କୁମାର ଦାସ, ପ୍ରାଣୀ ଚିକତ୍ସକ ଡ଼. ପ୍ରିୟବ୍ରତ ବେହେରା ମଂଚାସୀନ ହୋଇଥିଲେ । ମଞ୍ଚ କାର୍ଯ୍ୟକ୍ରମରେ ଶେଷରେ ସମାଜସେବୀ ବାଲ୍ମୀକି ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ । ଅଂଚଳର ସ୍କୁଲ କଲେଜର ଛାତ୍ରଛାତ୍ରୀ, ଆଞ୍ଚଳିକ କଳା ସଂସ୍କୃତି, ଲୋକ ନୃତ୍ୟ ସହିତ ତୃତୀୟ ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ବଲପୁରୀ ଗୀତ ଓ ନୃତ୍ୟ ଦର୍ଶକ ମନଭରି ଉପଭୋଗ କରିଥିଲେ ।

Comments (0)
Add Comment