ସହରର ଦୋକାନମାନଙ୍କରେ ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରୟ ଓ ବ୍ୟବହାର ନିଷିଦ୍ଧ ଟିମର ଚଢ଼ାଉ

ସୁବର୍ଣ୍ଣପୁର : ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିଶ୍ୱ ରଞ୍ଜନ ପତି ଓ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋଜ ଅଦାବରଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ସୋନପୁର ସହରର ଦୋକାନ ମାନଙ୍କରେ ଚଢ଼ାଉ କରି ଦୋକାନମାନଙ୍କରୁ ୧୯୭୦ ଟଙ୍କା ଜରିମାନା ଆଦାୟ କରିଥିଲେ ।ଏହି ଟିମରେ ଡ୍ରଗ୍ସ ଇନ୍ସପେକ୍ଟର ଉମାଶଙ୍କର ମେହେର ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ଏକ୍ସସାଇଜ ଇନ୍ସପେକ୍ଟର ଓ ସ୍ଥାନୀୟ ପୋଲିସ ଟିମ ସାମିଲ ଥିଲେ । ଆଗକୁ ଏହି ସବୁ ଜିନିଷ ଯେପରି ଦୋକାନ ମାନଙ୍କରେ ବିକ୍ରୟ ନହୁଏ ସମସ୍ତ ଦୋକାନୀମାନଙ୍କୁ ସଜାଗ ରହିବାକୁ କୁହାଗଲା ନହେଲେ ଆଗକୁ ସବୁ ଜବତ କରି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଗିଦ କରାଯାଇଛି । ଏମ ଏନସିଡ଼ି ଗୀତାଞ୍ଜଳି ମେହେର ଉପସ୍ଥିତ ରହି ଏ ଚଢ଼ାଉରେ ସହଯୋଗ କରିଥିଲେ ।

Comments (0)
Add Comment