ସୁବର୍ଣ୍ଣପୁର : ସୋନପୁର ଜିଲ୍ଲା ପୋଲିସକୁ ମିଳିଛି ଏକ ବଡ ସଫଳତା । ୨୦ ଲକ୍ଷ ଟଙ୍କାର ୫୦୦ ଟଙ୍କିଆ ନୋଟ ବଦଳରେ ୨୫ ଲକ୍ଷ ଟଙ୍କାର ୨୦୦୦ ଟଙ୍କିଆ ନୋଟ ପାଇ ରାତା ରାତି କୋଟି ପତି ହେବା ସ୍ୱପ୍ନ ଦେଖୁଥିବା ସୋନପୁରର ରାଜେଶ୍ ମେହେର ଓ ତାଙ୍କର ଜଣେ ଭୂବନେଶ୍ୱର ସାଙ୍ଗ ମନୋଜ ବ୍ରହ୍ମା ହୋଇଥିଲେ ପରିଶେଷରେ ହୋଇଥିଲେ ଠକାମୀର ଶିକାର । ସୋନପୁରର ଗୋଟେ ହୋଟେଲରେ ହୋଇଥିଲା ଡ଼ିଲ । ସ୍ଥାନୀୟ ଯୁବକ ଯୋଗେଶ୍ୱର ବେହେରା, ବରଗଡ଼ର ଟଙ୍କଧର ବେହେରା ଓ ଶିବ ମେହେର, ଗଞ୍ଜାମର ବି ତ୍ରିନାଥ ରାଓ ଓ ଏ ସନ୍ତୋଷ ମିଶି ବିଛାଇ ଥିଲେ ଠକାମୀର ଜାଲ । ରାଜେଶ୍ ମେହେର ଟଙ୍କା ବେଗ ଧରି ପହଂଚି ଯାଇଥିଲେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗକୁ ଅଭିଯୁକ୍ତ ଏକ ଗାଡିରେ ରାଜେଶ୍ ଙ୍କଠୁ ୫୦୦ ଟଙ୍କିଆ ନୋଟଥିବା ବେଗ ଗ୍ରହଣ କଲେ । ଠିକ୍ ସେହି ସମୟରେ ପ୍ଲାନ ମୁତାବକ ଅନ୍ୟ ଅଭିଯୁକ୍ତ ଏକ ସ୍କର୍ପିଓ ଗାଡ଼ି ରେ ପୋଲିସ ସାଇରନ ଦେଇ ସେ ପଟକୁ ଆସିଥିଲା ଓ ରାଜେଶ୍ ମେହେରଙ୍କୁ ପୋଲିସ ଆସୁଛି ଅନ୍ୟ ଜାଗାକୁ ଆସି୨୦୦୦ ଟଙ୍କିଆ ନୋଟ୍ ନେବ କହି ଖସି ଯାଇଥିଲେ ଅଭିଯୁକ୍ତ । ତାପରେ ଠକାମିର ଶିକାର ହୋଇଥିବା ରାଜେଶ ମେହେର ସୋନପୁର ଥାନାରେ ଲିଖିତ ଅଭିଯୋଗ କଲେ । ସୋନପୁର ପୋଲିସ କେସ ନମ୍ବର ୧୮୧/୩୦.୭.୨୩ ରେ ଦଫା ୪୨୦/୧୨୦(ବି) (ଅନୁସାରେ ଠକେଇ ମାମଲା ରୁଜୁକରି ପରେ ୪୨୦/୪୬୮/୪୭୧ ଓ ୧୩୦ (ବି) ରେ ପରିବର୍ତ୍ତନ କରି ତଦନ୍ତ ଆରମ୍ଭ କରିଥିଲେ । ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଏହି ଘଟଣାକୁ ଅତ୍ୟନ୍ତ ଗମ୍ବିରତା ସହ ନେଇ ତନାଘନା ଆରମ୍ଭ କରାଇ ଶେଷରେ ପୋଲିସ ଟିମ୍ ଅଭିଯୁକ୍ତ ଙ୍କୁ ଧରିବାରେ ସକ୍ଷମ ହେଲେ । ତାଙ୍କ ଠାରୁ ନଗଦ ୧୨ଲକ୍ଷ ୮୮ହଜାର ଟଙ୍କା ଓ ଅଭିଯୁକ୍ତ ବ୍ୟବହାର କରିଥିବା ସ୍କର୍ପିଓ ଗାଡି ଓଆର୍୦୨ବିଡବ୍ଲ୍ୟୁ ୧୦୦୦ ଓ ଏକ ଜାଲ ନମ୍ବର ପ୍ଲେଟ ଓ ୨ଗୋଟି ମୋବାଇଲ ଫୋନ ଜବତ କରିବାରେ ସକ୍ଷମ ହୋଇଛନ୍ତି । ଏ ଘଟଣାରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ଗିରଫ କରିବାପାଇଁ ତଲାସୀ ଅଭିଯାନ ଚାଲିଥିବା ଏସପି ସୋନପୁର ଥାନାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିବା ସହ ବାରମ୍ବାର ଏପରି ଘଟଣାମାନ ଘଟୁଥିବାରୁ ଜନସାଧାରଣ ସତର୍କତା ଅବଲମ୍ବନ କରି ଏପରି ଟଙ୍କା ବଦଳ କେସରେ କୈ ।ଣସି ଦଲାଲ ହାତରେ ନପଡି ସିଧାସଳଖ ବ୍ୟାଙ୍କସହ ଯୋଗାଯୋଗ କରିବାପାଇଁ ଜନସାଧାରଣ ଙ୍କୁ ଅନୁରୋଧ କରିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ରାଜକିଶୋର ମିଶ୍ର, ଥାନା ଅଧିକାରୀ ପଦ୍ମାସିନୀ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।