ମାନବିକତା ଦେଖାଇଲେ ରାଇପୁର ଗ୍ରାମବାସୀ

ଗଞ୍ଜାମ: ରାଇପୁର ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ସିଂହଦ୍ୱାର ତଳେ ଜଣେ ବୃଦ୍ଧ ବ୍ୟକ୍ତି ୨ଦିନ ହେଲା ପଡି ରହିଥିବାର ଦେଖି ସ୍ଥାନୀୟ ସରପଞ୍ଚ ପ୍ରତିନିଧି ବିଚିତ୍ର ବେହେରା, ମୋଚିରାମ ବେହେରା ସେହ ବୃଦ୍ଧ ବ୍ୟକ୍ତିଙ୍କୁ ଏକ ଅଟୋରେ ଧରି ପୁରୁଷୋତ୍ତମପୁର ମେଡିକାଲ କୁ ଆଣି ଚିକିତ୍ସା କରିଥିଲେ । ତେବେ ସେହି ବ୍ୟକ୍ତିଙ୍କ ପରିଚୟ କିଛି ମିଳୁନି, ତେବେ ପୁରୁଷୋତ୍ତମପୁର ମେଡିକାଲ ଡ୍ୟୁଟିରେ ଥିବା ଡକ୍ଟରଙ୍କ କହିବା କଥା ସେ ବର୍ତ୍ତମାନ ଡିସେଣ୍ଟ୍ରିରେ ଆକ୍ରାନ୍ତ ହୋଇଛି, ତାଙ୍କୁ ସାଲାଇନ ଲଗା ଯାଇଛି । ଯଦି ଏଠାରେ ତାର ସୁଧାର ନଆସେ ତେବେ ଆମେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିବୁ ବୋଲି କହିଛନ୍ତି । ଏହି ଫଟୋ ଦେଖି ଯଦି କୌଣସି ବ୍ୟକ୍ତି ବିଶେଷ ତାଙ୍କ ଘର ଲୋକଙ୍କୁ ଖବର ଦେଲେ ସେମାନେ ତାଙ୍କୁ ନେଇ ଯାଇପାରିବେ ବୋଲି ଗ୍ରାମବାସୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

Comments (0)
Add Comment