ରାସନ କାର୍ଡ ହିତାଧିକାରୀଙ୍କୁ ମିଳିପାରେ ଅଧିକ ୫ କେଜି ଚାଉଳ, ଆଶା ଦେଖାଇଲେ ମନ୍ତ୍ରୀ

ଭୁବନେଶ୍ଵର: ରାସନ କାର୍ଡ ହିତାଧିକାରୀଙ୍କୁ ମିଳିପାରେ ଅଧିକ ୫ କେଜି ଲେଖାଏଁ ଚାଉଳ। ଆଶା ଦେଖାଇଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି ଚୂଡାନ୍ତ ନିଷ୍ପତ୍ତି ହୋଇନି । ଏ ନେଇ ଚିନ୍ତା କରାଯାଉଛି , ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ସମସ୍ତ ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ଚାଉଳ ଦିଆଯିବାକୁ ଚିନ୍ତା କରାଯାଉଛି। ଆମେ ଚାହୁଁଛୁ ଗରିବ ଲୋକମାନେ ଅଧିକ ଚାଉଳ ପାଆନ୍ତୁ। ରାଜ୍ୟ ସରକାର ନିଜସ୍ଵ ଖର୍ଚ୍ଚରେ ଅଧିକ ଚାଉଳ ଦେବାକୁ ଚିନ୍ତା କରୁଛନ୍ତି।

Comments (0)
Add Comment