ବଜାର ଆସୋସିଏସନ ଆନୁକୂଲ୍ୟରେ ଗହ୍ମା ଉତ୍ସବ ପାଳିତ

ହରଭଙ୍ଗା :ପୁଣ୍ୟ ଶ୍ରାବଣ ମାସ ପୂର୍ଣ୍ଣମାକୁ ରାକ୍ଷୀ ପୂର୍ଣ୍ଣମା ବା ଗହ୍ମା ପୂର୍ଣ୍ଣମା କୁହାଯାଏ । ପୁରାତନ କାଳରୁ ଏହି ପୂର୍ଣ୍ଣମା ଗ୍ରାମାଞ୍ଚଳ ଠାରୁ ସହର, ଦେବାଳୟ ସବୁ ସ୍ଥାନରେ ପାଳନ କରାଯାଉଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ବଜାର ଆସୋସିଏସନ ପକ୍ଷରୁ ପବିତ୍ର ଗହ୍ମା ପୂର୍ଣ୍ଣିମା ଅବସରରେ ଗହ୍ମା ଡିଆଁ ପର୍ବ ଅନୁଷ୍ଠିତ ହୋଇଯାଇଛି । ଆସୋସିଏସନ ସଭାପତି ଅର୍ଜୁନ ପ୍ରଧାନ, ସମାଜସେବୀ ବିକ୍ରମ ପ୍ରଧାନ, ନାଏବ ସରପଞ୍ଚ ରାଜେଶ୍ୱରୀ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆସୋସିଏସନ ର ସମ୍ପାଦକ ଶୁଭ୍ରଜିତ ପ୍ରଧାନ, ସହସମ୍ପାଦକ ପ୍ରବୀଣ ବେହେରା ଓ ନାରାୟଣ ମହାନ୍ତି ସଂଯୋଜନା କରିଥିବା ବେଳେ ସିମୁନ ନାଏକ ପରିଚାଳନା କରିଥଲେ । ଏହି ଉତ୍ସବରେ ୭୦ ରୁ ଉର୍ଦ୍ଧ୍ୱ କୁନି କୁନି ପିଲା ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ସହିତ ଆର୍ଥିକ ରାଶି ପ୍ରଦାନ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ନେଇ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିଛି ।

Comments (0)
Add Comment