ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପୁରୀ : କୋଣାର୍କ ଥାନା ଠାରୁ ପ୍ରାୟ ୫୦୦ ମିଟର ଦୂର କୋଣାର୍କ ମା ଭଗବତୀ ମହାବିଦ୍ୟାଳୟ ସମ୍ମୁଖରେ ଥିବା ଏକ କାଜୁ ଗଛରେ ଝୁଲନ୍ତା ଅବସ୍ଥାରେ ଆଜି ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି କୋଣାର୍କ ପୋଲିସ । ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ମୁତାବକ ଯୁବକ ଜଣଙ୍କର ନାମ ମୁନା ପଢୀଆରୀ ହୋଇଥିବା ବେଳେ ତାଙ୍କ ପିତାଙ୍କ ନାମ ଛଇଲ ପଢୀଆରୀ । ମୃତ ଯୁବକ ଜଣକ ଘର ନିମାପଡା ନିକଟ ତେରୁଣ୍ଡିଆ ଗ୍ରାମରେ ବୋଲି ଜଣାପଡିଛି । ମୁନାଙ୍କ ବଡ ଭାଇ କହିବା କଥା ତାଙ୍କ ସାନଭାଇ ପ୍ରେମରେ ବିଫଳ ହୋଇଥିଲେ । ଗତ ୩ ଦିନ ହେବ ନିଖୋଜ ଥିଲେ ମୁନା । ତେବେ ୩ ଦିନ ପରେ ଆଜି ସକାଳୁ ତାଙ୍କ ମୃତଦେହ ମିଳିବା ପରେ ଘଟଣା ଚର୍ଚ୍ଚା ର ବିଷୟ ହୋଇଛି । କୋଣାର୍କ ପୋଲିସ ଶବକୁ ଜବତ କରିବା ସହ ପୁରୀରୁ ସାଇଣ୍ଟିଫିକ ଟିମ ଆସି ଅଧିକ ତଥ୍ୟ ସଂଗ୍ରହ କରୁଛନ୍ତି । ମୃତ ଯୁବକ ଜଣକ ପାଖରେ ଏକ ବ୍ୟାଗ ଥିବା ଦେଖିବାକୁ ମିଳିଛି ।ତେବେ ସମ୍ପୂର୍ଣ୍ଣ ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Comments (0)
Add Comment