ଦାଦାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁତୁରା

ଆନନ୍ଦପୁର: ଘରେ ଶୋଇଥିବା ଅବସ୍ଥାରେ ଦାଦାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁତୁରା। ମୃତକ ଜଗବନ୍ଧୁ ଦେଓଗାମ ବୋଲି ଜଣାପଡ଼ିଛି । ପରିବାର ପକ୍ଷରୁ ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ତଦନ୍ତ କରୁଛି ପୁଲିସ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ସୁନ୍ଦୁରିଆ ଗାଁରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ସୁନ୍ଦୁରିଆ ଗାଁର ଜଗବନ୍ଦୁ ଦେଓଗାମ ଘରେ ଶୋଇଥିଲେ । ଏହି ସମୟରେ ତାଙ୍କ ପୁତୁରା ଘରେ ପଶି ତାଙ୍କୁ ଟାଙ୍ଗିଆରେ ହାଣି ଫେରାର ହୋଇଯାଇଥିଲା । ଜଗବନ୍ଦୁ ଯନ୍ତ୍ରଣାରେ ଚିତ୍କାର କରିଥିଲେ । ପରିବାର ଲୋକେ ପାଟି ଶୁଣି  ସଙ୍ଗେ ସଙ୍ଗେ ଏକ ଗାଡ଼ି କରି ଜଗବନ୍ଧୁଙ୍କୁ ମେଡିକାଲ ନେଇଥିଲ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି ପୁଲିସ ।  

Comments (0)
Add Comment