ଆଉପାଦେ ଆଗେଇଲା ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ରେଳପଥ ପ୍ରକଳ୍ପ ; ସରିଲା ୭ ସୁଡ଼ଙ୍ଗ ଖନନ କାର୍ଯ୍ୟ

ଦଶପଲ୍ଲା : ଆଉପାଦେ ଆଗେଇଲା ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ନୂତନ ଓସାରିଆ ରେଳପଥ ପ୍ରକଳ୍ପ । ଇତ୍ୟାବସରରେ ସମସ୍ତ ସୁଡ଼ଙ୍ଗର କାର୍ଯ୍ୟ ଶେଷ ହୋଇଛି । ନୟାଗଡ଼ ଜିଲ୍ଲାରର ବୁଗୁଡ଼ା ,ଦଶପଲ୍ଲା ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ ( ଟନେଲ ୨ ) ଖନନ କାର୍ଯ୍ୟ ଶେଷ ହେବା ସହ ପ୍ରକଳ୍ପ ମଧ୍ୟରେ ସମସ୍ତ । ୭ଟି ସୁଡ଼ଙ୍ଗର ଖନନ କାର୍ଯ୍ୟ ସରିଛି । ବୁଗୁଡା – ଦଶପଲ୍ଲା ମଧ୍ୟରେ ,୧,୭୭୫ ୫. ମିଟର ଦୈର୍ଘ୍ୟ (ଟନେଲ-୨) ସୁଡଙ୍ଗ ଦୁଇ ଡିଗ୍ରି ବକ୍ର ସହ ନିର୍ମାଣ ହୋଇଛି। ଏହା ନୂତନ ଅଷ୍ଟ୍ରି ଇଣ୍ଡ୍ରିଆନ୍ ଟନେଲିଂ ପଦ୍ଧତିରେ ନିର୍ମିତ ହୋଇଛି । ଏହା ନୟାଗଡ ଜିଲ୍ଲାର ଦ୍ବିତୀୟ ଦୀର୍ଘତମ ଟନେଲ । ଉନ୍ନତ ପ୍ରଯୁକ୍ତିବିଦ୍ୟା ଓ ଟନେଲିଂ ପଦ୍ଧତିରେ ଏହାକୁ ନିର୍ମାଣ କରାଯାଇଛି, ଯାହାକି ଭାରତୀୟ ରେଳବାଇ ପାଇଁ ଭିତ୍ତଭୂମି କାର୍ଯ୍ୟାନ୍ଵୟନରେ ଏକ ନୂତନ ମାନଦଣ୍ଡ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି । ଦଶପଲ୍ଲା ଓ ପୁରୁଣାକଟକ ମଧ୍ୟରେ ୭୫ କିଲୋମିଟର ଦୈର୍ଘ୍ୟ ନିର୍ମାଣାଧୀନ ରେଳମାର୍ଗରେ ସମସ୍ତ ସାତଟି ସୁଡ଼ଙ୍ଗର ଖଳନ କାର୍ଯ୍ୟ ଶେଷ ହୋଇଛି। ୭ଟି ଯାକ ସୁଡ଼ଙ୍ଗର ମୋଟ ଲମ୍ବ ୧୨.୭୬ କିମି ରହିଛି | ନୟାଗଡ଼ ଜିଲ୍ଲା ମଧ୍ୟରେ ‘ଟନେଲ୍ -୧ ଟି ୮୦୦ ମିଟର ହୋଇଥିବା ବେଳେ ଟନେଲ ୨ ର ଲମ୍ବ ୧, ୭୭୫ ମିଟର, ଟନେଲ୍ ୩ ଲମ୍ବ ୨,୬୨୦ ମିଟର, ବୌଦ୍ଧ ଜିଲ୍ଲାରେ ‘ଟନେଲ୍ ୪’ର ଲମ୍ବ ୪,୧୮୩ ମିଟର +୭୦୦ ମିଟର ଏସ୍କେପ୍ ସୁଡ଼ଙ୍ଗ’, ‘ଟନେଲ୍ ୫’ର ଲମ୍ବ ୩୧୭ ମିଟର, ‘ଟନେଲ୍ ୬’ର ଲମ୍ବ ୨୯୦.୭୫ ମିଟର, ‘ଟନେଲ ୭’ର ଲମ୍ବ ୧,୯୭୫ ମିଟର ରହିଛି। ବହୁ ବାଧା ସତ୍ତ୍ବେ ପ୍ରକଳ୍ପ ସ୍ଥିର ଓ ପ୍ରଭାବଶାଳୀ ପ୍ରଗତି ହାସଲ କରିଛି। ଏହି ୩୦୧ କିମି ରେଳ ଲାଇନ୍‌ର ବହୁ ଗୁରୁତ୍ବପୂର୍ଣ୍ଣ ଅଂଶ ପୂର୍ବରୁ କାର୍ଯ୍ୟକ୍ଷମ ହୋଇଛି ଖୋର୍ଦ୍ଧାରୋଡ୍‌ରୁ ଦଶପଲ୍ଲା ମଧ୍ୟରେ ୧୦୬ କିମି, ବଲାଙ୍ଗୀରରୁ ପୁରୁଣାକଟକ ପର୍ଯ୍ୟନ୍ତ ୧୨୦ କିମି କାମ ସରିଛି। ପୁରୁଣାକଟକ ଠାରୁ ବୁଗୁଡା ପର୍ଯ୍ୟନ୍ତ ୭୫ କିମି କାମ ଜାରି ରହିଛି । ତେବେ ବୁଗୁଡା କଲୋନୀ ଠାରେ ପ୍ରଶାସନ ର ଅସହଯୋଗ ,ସ୍ଥାନୀୟ ଆଦିବାସୀଙ୍କ ବିରୋଧ ଫଳରେ ପ୍ରାୟ ୧୬୦୦ ମିଟର ର ରେଲପଥ କାର୍ଯ୍ୟ ପାଇଁ ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ଅଦ୍ୟାବଧି ବାକି ରହିଛି । ଏହି କାର୍ଯ୍ୟ ପରେ ପୂର୍ବ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ସୁଗମ ରେଳ ସଂଯୋଗ ହୋଇପାରିବ ,ଫଳରେ ଯାତ୍ରୀ ଓ ମାଲ ପରିବହନରୁ ବ୍ୟାପକ ଲାଭ ଦେବ । ଭୁବନେଶ୍ଵର ଓ ବଲାଙ୍ଗୀର ମଧ୍ୟରେ ଯାତ୍ରା ସମୟ ମଧ୍ୟ ହ୍ରାସ ପାଇବ ।

Comments (0)
Add Comment