ନୁଆଁଖାଇ ଭେଟ ଘାଟ ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର : ଗତକାଲି ରବିବାର ସନ୍ଧ୍ୟା ସାତ ଘଣ୍ଟା ସମୟରେ ଅଭିମନ୍ୟୁ କୁଶଳଙ୍କ ଅଧ୍ୟକ୍ଷତାରେ ନୂଆଁଖାଇ ଭେଟଘାଟ କମିଟିର ସମସ୍ତ ସଭ୍ୟଙ୍କ ଉପସ୍ଥିତିରେ ପାହୁର ଯାତ୍ରା ଓ ସଂଧ୍ୟାରେ ସାଂସ୍କୃତିକ ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପ୍ରଭାସଲଜଠାରେ ଅନୁଷ୍ଠିତ ହୋଇଯାଇଛି । ନୁଆଁଖାଇର ଦୁଇଦିନ ପୂର୍ବରୁ ଏକ ପ୍ରଚାର ଗାଡି ମାଧ୍ୟମରେ ସହର ତଥା ଜିଲ୍ଲାରେ ନୂଆଁଖାଇ ଲଗ୍ନ ଓ ପାହୁର ଯାତ୍ରାର ବିଭିନ୍ନ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କରିବା ପାଇଁ ସ୍ଥିର କରାଗଲା । ପାରମ୍ପରିକ ବାଦ୍ୟ ସହ ଏହି ବିଶାଳ ଶୋଭା ଯାତ୍ରାରେ ସମସ୍ତ ଜନ ସାଧାରଣ ସାମିଲ ହୋଇ ମା ଙ୍କ ଆର୍ଶୀବାଦ ନେବାକୁ ଅନୁରୋଧ କରାଯିବ । ଯାତ୍ରାର ସମସ୍ତ ସଭ୍ୟଙ୍କୁ ନିଜର ସାଧ୍ୟମତେ ଆର୍ଥିକ ସହାୟତା କରିବାକୁ ଓ ଏ ବର୍ଷ ପାହୁରଯାତ୍ରାରେ କେବଳ ବାନା ବୈରଖ ଛତ୍ର ଓ ପାରମ୍ପରିକ ବାଦ୍ୟ ଯନ୍ତ୍ର ସହ ଯାତ୍ରା ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ସଭ୍ୟ ଓ ଭକ୍ତ ନୂଆ ବସ୍ତ୍ର ପରିଧାନ ସହିତ ଯାତ୍ରାରେ ସାମିଲ ହୋଇ ଜିଲ୍ଲାର ଓ ବିଶ୍ୱ କଲ୍ୟାଣ ସକାଶେ ସହରର ଅଷ୍ଟଚଣ୍ଡୀଙ୍କ ଠାରେ ସାମୂହିକ ପ୍ରାର୍ଥନା କରିବାକୁ ନିଷ୍ପତ୍ତି ନିଆଯାଇଛି । ସଭା ଶେଷରେ ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ କମିଟିର ସଦସ୍ୟ ସତ୍ୟନାରାୟଣ ତ୍ରିପାଠୀ, ଲଡ଼ୁକିଶୋର ମଲ୍ଲିକ, ମାନଭଞ୍ଜନ ବେଦବାକ, ଶାନ୍ତନୁ ବାଘ, ନାରାୟଣ ରଥ, ଆନନ୍ଦ ପାତ୍ର, ଶେଷଦେବ ମେହେର, ଦେବାଶିଷ ପଟ୍ଟନାୟକ, ସମୀର ଖଟୁଆ ଓ ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ର ମତାମତ ରଖିଥିଲେ ।

Comments (0)
Add Comment