ଭବାନୀପାଟଣାଠାରେ ଯୁଗ୍ମ ଜନଶୁଣାଣି ଶିବିର

ଭବାନୀପାଟଣା : ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ,କଳାହାଣ୍ଡି କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜିଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଉପଜିଲ୍ଲାପାଳ ଡ. ବିଶ୍ୱଜିତ୍‌ ଦାସଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
ଏହି ଜନ ଶୁଣାଣି ଶିବିରରେ ମୋଟ୍‌ ୧୧୭ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୯୯ଟି ବ୍ୟକ୍ତିଗତ ସମସ୍ୟା ଜର୍ଜରିତ ଅଭିଯୋଗ ଓ ୧୮ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା । ୯ଟି ଅଭିଯୋଗର ସମାଧାନ ତୁରନ୍ତ କରାଯାଇଥିଲା । ଭବାନୀପାଟଣା ସହରର ଗୋଷାଲପଡ଼ାର ପରିତ୍ରାଣ ବାଗଙ୍କୁ ୫୦୦୦ ଟଙ୍କାର ଆର୍ଥିକ ସହାୟତା ଅନୁମୋଦନ କରାଯାଇଥିଲା । ସେଭଳି ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ଭବାନୀପାଟଣା ବ୍ଲକର କୁଟୁର ଖମାର ଅଞ୍ଚଳର ରିତ୍ତିକ ମିଶ୍ରାଙ୍କୁ ତାଙ୍କର ପ୍ଲାଷ୍ଟିକ ସର୍ଜରୀ ପାଇଁ ୭୦୦୦ ଟଙ୍କା ର ସହାୟତା ଅନୁମୋଦନ କରାଗଲା ।

Comments (0)
Add Comment