ଶ୍ରୀକ୍ଷେତ୍ରରେ ବିଦେଶୀ କରୁଛନ୍ତି ହବିଷ ବ୍ରତ

ପୁରୀ : ଶ୍ରୀ ଚୌତନ୍ୟଙ୍କ ଭକ୍ତ ହୋଇଥିବାରୁ ବିଦେଶୀମାନେ କାର୍ତ୍ତିକ ମାସରେ ପୁରୀ ଆସି କୀର୍ତ୍ତନ କରି ଶ୍ରୀକ୍ଷେତ୍ର ପରିକ୍ରମା କରି ହବିଷ ବ୍ରତ କରୁଛନ୍ତି । ମଠ ଭିତରେ ବୃନ୍ଦାବତୀ ପୂଜା କରି ଭଜନ କୀର୍ତ୍ତନ କରୁଥିବା ବେଳେ କାର୍ତ୍ତିକ ବ୍ରତ ପାଳନ କରିବା ସହ ସକାଳ ବେଳା ଶ୍ରୀମନ୍ଦିର ସମ୍ମୁଖରେ କରୁଛନ୍ତି ସଂକୀର୍ତ୍ତନ । ଆଉ ଏହି ବିଦେଶୀ ବ୍ରତଧାରୀଙ୍କ ମଧ୍ୟରେ ରହିଛନ୍ତି ଋଷ, ଯୁକ୍ରେନ ସମେତ ଅନେକ ୟୁରୋପର ନାଗରିକ । ଯେହେତୁ ଏହା ହେଉଛି ଧର୍ମର ମାସ । ଚାଲିଛି ଧର୍ମର ମାସ ପବିତ୍ର କାର୍ତ୍ତିକ ମାସ ।

କେବଳ ନିଜର ମୋକ୍ଷ ପ୍ରାପ୍ତି ପାଇଁ ବ୍ରତ ନୁହେଁ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କାମନା ନେଇ ଏହି ବ୍ରତ ରଖିଛନ୍ତି ବିଦେଶୀ ଭକ୍ତ । ସେମାନେ ଶ୍ରୀ ଚୌତନ୍ୟ ଭକ୍ତି ପଥରେ ରହି ମହାପ୍ରଭୁଙ୍କୁ ଆରାଧନା କରୁଛନ୍ତି । ସେମାନେ ଜଗନ୍ନାଥ୍‌ ସଂସ୍କୃତି ପରମ୍ପରାକୁ ଅନୁସରଣ କରି ଶ୍ରୀକ୍ଷେତ୍ରରେ ରହି କରୁଛନ୍ତି କାର୍ତ୍ତିକ ବ୍ରତ । ତୁଳସୀ ଚଉରା ମୂଳେ ବୃନ୍ଦାବତୀଙ୍କ ପୂଜା, ରାଇଦାମୋଦର ପୂଜା, ସଂକୀର୍ତ୍ତନ ଓ ଭଜନ ପାଠ କରୁଛନ୍ତି ।

Comments (0)
Add Comment