ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ସଂସ୍କୃତି ବିଭାଗର ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସଂସ୍କୃତି ଅଧିକାରୀଣୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ।ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ସେ ଜିଲ୍ଲାର କଳା ସଂସ୍କୃତିର ବିକାଶ ହୋଇପାରିବ ତା ଉପରେ ଗୁରୁତ୍ୱ ଦେବି ବୋଲି କହିଛନ୍ତି । ଦୀର୍ଘ ଦିନ ହେଲା ଏହି ପଦବୀ ଖାଲି ପଡିଥିଲା । ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ପରେ ରାଜ୍ୟ ସରକାର ଏହି ପଦବୀ ପୂରଣ କରି ଥିବାରୁ ଜିଲ୍ଲାବାସୀ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି । ଜିଲ୍ଲାରେ ସଂସ୍କୃତି ଭବନଟି ହେଲେ ଜିଲ୍ଲାର କଳା ଓ ସଂସ୍କୃତି ବଞ୍ଚି ରହିବା ସହ ଜାତୀୟ, ଆନ୍ତର୍ଜାତୀୟ ସ୍ତରରେ ଓ ବିଶ୍ୱ ଦରବାରରେ କଳା ସଂସ୍କୃତି ପହଞ୍ଚି ପାରିବ । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ସଂସ୍କୃତି ଭବନ ଟିଏ କଲେ କଳାକାରଙ୍କ ସହ ଜିଲ୍ଲାବାସୀ ଉପକୃତ ହୋଇପାରିବେ ବୋଲି ଜନସାଧାରଣରେ ମତ ପ୍ରକାଶ ଦେଇଛି ।