ଜିଲ୍ଲାସ୍ତରୀୟ ପଞ୍ଚ ଦିବସୀୟ ଦକ୍ଷତା ବୃଦ୍ଧି ତାଲିମ ଉଦଘାଟିତ

ବୌଦ୍ଧ :ବୌଦ୍ଧ ଜିଲ୍ଲାସ୍ତରୀୟ ୫-ଟି ହାଇସ୍କୁଲ ପ୍ରଧାନ ଶିକ୍ଷକ ଓ ଶିକ୍ଷକ ମାନଙ୍କ ଦକ୍ଷତା ବୃଦ୍ଧି ଏବଂ ଡିଜିଟାଲ ଜ୍ଞାନ କୌଶଳ ଅଭିବୃଦ୍ଧି ତାଲିମ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସ୍ମାର୍ଟ କ୍ଲାସରୁମ ପରିସରରେ ଉଦଘାଟିତ ହୋଇଯାଇଛି । ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ସଭାପତିତ୍ୱ କରିଥିବାବେଳେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର କୁମାର ଦେହୁରୀ ଅତିଥି ପରିଚୟ ରଖିଥିଲେ । ପିରାମିଲ ଫାଉଣ୍ଡେସନର ଜୟଶଙ୍କର ବାଘ, ଆମ୍ବଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶୁକଦେବ ପଣ୍ଡା, ଜିଲ୍ଲା ଯୋଜନା ସଂଯୋଜକ ଦେବାଶିଷ ଦ୍ୱାରି, ଜିଲ୍ଲା ଶୈକ୍ଷିକ ସଂଯୋଜକ ଶିବଶଙ୍କର ଶତପଥୀ, ଏମ ଆଇ ଏସ କୋଡିନେଟର ସୂର୍ଯ୍ୟନାରାୟଣ ପଟ୍ଟନାୟକ ଓ ଡାଟା ଏଣ୍ଟ୍ରି ଅପରେଟର ଶଙ୍କର ମେହର ଉପସ୍ଥିତ ରହି ବିଭିନ୍ନ ଡିଜିଟାଲ କୌଶଳ ଉପରେ ଆଲୋଚନା କରିଥିଲେ । ପ୍ରକାଶ ଥାଉକି ଏହି ତାଲିମ ୨୩/୪/୨୨ରିଖ ଠାରୁ ତା ୨୭/୪/୨୨ରିଖ ଯାଏ ଚାଲିବାର ଯୋଜନା ରହିଛି ।

Comments (0)
Add Comment