ଜନ ଆରୋଗ୍ୟ ସମିତି ଗଠନ ପାଇଁ ବୈଠକ

ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲା ବୈଦ୍ୟନାଥ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଠାରେ ଜନ ଆରୋଗ୍ୟ ସମିତିର ଗଠନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ହରଡଖୋଳ ସରପଞ୍ଚ ମୋହନ କର୍ମୀ ସଭାପତିତ୍ୱ କରିଥିବାବେଳେ ଡ଼ଃ ପ୍ରସନ୍ନ ଦାଶ ଉପସଭାପତି ରୂପେ ଯୋଗ ଦେଇଥିଲେ । ଆରତୀ ଶିଖା(ସିଏଚଓ )ସରକାରଙ୍କର ନିୟମ ଅନୁସାରେ ସମସ୍ତ ଜନ ଆରୋଗ୍ୟ ସମିତିର ନୂତନ ସଭ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ ଓ ସଂପାଦକଙ୍କ ଅନୁପସ୍ଥିତିରେ ମହିଳା ସ୍ୱାସ୍ଥ୍ୟକର୍ମୀ ଆଲୋମଣୀ ହାଁସଦା ଜନ ଆରୋଗ୍ୟ ସମିତିର ସମ୍ପାଦିକା ଦାୟିତ୍ୱ ତୁଲାଇବେ ବୋଲି ନିଷ୍ପତି ନିଆଯାଇଥିଲା । ଉକ୍ତ ବୈଠକରେ ବୈଦ୍ୟନାଥ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସମସ୍ତ ଆଶା, ଅଙ୍ଗନବାଡିକର୍ମୀ,ୱାର୍ଡମେମ୍ବର ଏବଂ ହେଲଥ ଆମ୍ବାସାଡର ଉପସ୍ଥିତ ଥିଲେ । ପରିଶେଷରେ ସିଏଚଓ ଆରତୀ ଶିଖା ଧନ୍ୟବାଦ ଦେଇ ସଭାକୁ ସାଙ୍ଗ କରିଥିଲେ ।

Comments (0)
Add Comment