ସର୍କିଟ ହାଉସ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ

ପୁରୀ : ପୁରୀ ସ୍ୱତନ୍ତ୍ର ସର୍କିଟ ହାଉସର ନବୀକରଣ କରାଯାଉଛି । ପୁରୁଣା ଭାବରେ ଥିବା ସର୍କିଟ ହାଉସର ଉଭୟ ପାର୍ଶ୍ୱକୁ ଭଙ୍ଗା ଯାଇ ଜି+୩ ରୂପରେ ଗଢ଼ା ଯାଉଛି । ଏହି ନବୀକରଣର ଗ୍ରାଉଣ୍ଡ ଫ୍ଲାରର ଛାତ ଆଜି ପଡ଼ିଛି । ନଡ଼ିଆ ବାଡେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଭବତାରଣ ସାହୁ, ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଅଜିତ ପ୍ରସାଦ ମହାପାତ୍ର, ଏସ ଡି ଓ ଶୁକଦେବ ସାହୁ ପ୍ରମୁଖ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ ।

Comments (0)
Add Comment