ବରିଷ୍ଠ ଶିକ୍ଷକ ଦେବେନ୍ଦ୍ର ମିଶ୍ରଙ୍କ ଧର୍ମ ପତ୍ନୀଙ୍କ ଦେହାନ୍ତ

ସୁବର୍ଣ୍ଣପୁର : ଗତକାଲି ତରଭା ବ୍ଲକ ତୁଲୁଣ୍ଡା ହାଇସ୍କୁଲର ବରିଷ୍ଠ ଶିକ୍ଷକ ତଥା ରମ୍ଭୀସିଂଢୋଲ ଗ୍ରାମର ଦେବେନ୍ଦ୍ର ମିଶ୍ରଙ୍କ ଧର୍ମ ପତ୍ନୀ ଭାରତୀ ମିଶ୍ରଙ୍କ ୫୨ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିବାରୁ ତରଭା ସୋନପୁର ଓ ବଲାଙ୍ଗୀର ଅଂଚଳରେ ଶୋକ ପ୍ରକାଶ ପାଇଛି । ଶ୍ରୀମତୀ ମିଶ୍ର ମଧୁମେହ ରୋଗରେ ପୀଡିତ ହୋଇ କିଛି ଦିନରୁ ଚିକିତ୍ସିତ ହୋଇ ଆସୁଥିବା ବେଳେ ଗତକାଲି ସନ୍ଧ୍ୟା ୭ ଘଣ୍ଟା ବେଳେ ହଠାତ ହୃଦଘାତରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଶ୍ରୀମତୀ ମିଶ୍ର ଜଣେ ସରଳ, ଧର୍ମ ପରାୟଣ, ମିଷ୍ଠ ଭାଷୀ, ଓ ଅମାୟିକ ବ୍ୟକ୍ତିତ୍ୱ ଥିବା ବେଳେ ରମ୍ଭାସିଂଢୋଲ ଗ୍ରାମ ତଥା ସୁବର୍ଣ୍ଣପୁର ଜ଼ିଲ୍ଲାର ପ୍ରାକ୍ତନ ଶିକ୍ଷକ ଓ କୃଷକ ନେତା କୃଷ୍ଣଚନ୍ଦ୍ର ମିଶ୍ରଙ୍କ ପୁତ୍ର ବଧୂ ତଥା ସାଗରପାଲିର ସ୍ୱର୍ଗୀୟ ଅନନ୍ତ ମିଶ୍ରଙ୍କ ଝିଅ ଅଟନ୍ତି । ଗତକାଲି ତରଭା ସୋନପୁର ବଲାଙ୍ଗୀର ଅଂଚଳର ସମ୍ପର୍କୀୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱର୍ଗୀୟା ମିଶ୍ରଙ୍କୁ ଅନ୍ତିମ ଦର୍ଶନ କରିଥିବା ବେଳେ ଗ୍ରାମର ଶୁକତେଲ ନଦୀ ଶ୍ମଶାନ ଘାଟରେ ଶ୍ରୀମତୀ ମିଶ୍ରଙ୍କ ଅନ୍ତିମ ସଂସ୍କାର କରାଯାଇ ଥିଲା । ବିଟେକ ଛାତ୍ର ବଡ଼ ପୁଅ ଅବିନାଶ ( ଗୁଡ୍ଡୁ) ମୁଖାଗ୍ନି ଦେଇଥିଲେ । ଦେବେନ୍ଦ୍ର ମିଶ୍ରଙ୍କ ମଝିଆ ଭାଇ ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର, ପୋଲିସ ଏସ ଆଇ ଜ୍ଞାନେନ୍ଦ୍ର ମିଶ୍ର, ସାନ ଭାଇ ସୁରେନ୍ଦ୍ର ମିଶ୍ର, ଅଶୋକ ମିଶ୍ର, ଧର୍ମେନ୍ଦ୍ର, ଜିତୁ, ବରିଷ୍ଠ ପୋଲିସ ଅଫିସର ଭକ୍ତ ବନ୍ଧୁ ମିଶ୍ର, ଶିକ୍ଷକ ନୀଳମଣି ଓ କୁଳମଣି ମିଶ୍ର, ଜ୍ୱାଇଁ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ମିଶ୍ର, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ, କୁନା ମିଶ୍ର, ରତ୍ନାକର ଷଡ଼ଙ୍ଗୀ, ତୁଲୁଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ମୋହନ ବାରିକ, ଅଶୋକ ସାହୁ, ଶୁକୃ ମିଶ୍ର ପ୍ରମୁଖ ଗ୍ରାମର ଶତାଧିକ ଯୁବକ ଶ୍ମଶାନ ଘାଟଠାରେ ଉପସ୍ଥିତ ଥିଲେ ।

Comments (0)
Add Comment