ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ଅବସର ଗ୍ରହଣ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ତାଙ୍କର ବ୍ୟକ୍ତିଗତ ସହାୟକ ଧବଳକିଶୋର ପଣ୍ଡା ଗତକାଲି ଅବସର ଗ୍ରହଣ କରିଛନ୍ତି । ଏ ଅବସରରେ ତାଙ୍କୁ ଗତକାଲି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଉଚ୍ଛ୍ୱସିତ ବିଦାୟକାଳିନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସଭାରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ନିଶିପୁନମ ମିଞ୍ଜ ,ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇଙ୍କ ସହ ଅନେକ ଜିଲ୍ଲାସ୍ତରୀୟ ଅଧିକାରୀ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ । ଶ୍ରୀ ପଣ୍ଡାଙ୍କ କର୍ତ୍ତବ୍ୟ ପରାୟଣତା ଓ ସଚ୍ଚୋଟପଣ ପାଇଁ ସେ ସବୁବେଳେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ଭାବରେ ରହିଥିବେ ବୋଲି ଉପସ୍ଥିତ ସମସ୍ତେ ମତବ୍ୟକ୍ତ କରିଥିଲେ । ସ୍ମରଣଯୋଗ୍ୟ ଯେ ଶ୍ରୀ ପଣ୍ଡା ବିଗତ ୮୦ଦଶକରେ ଜୁନିଅର ଷ୍ଟେନୋ ଭାବରେ ପ୍ରଥମେ ବଲାଙ୍ଗୀରର ଭୂମି ଅଧିଗ୍ରହଣ କାର୍ଯ୍ୟାଳୟରେ ଚାକିରୀ ଜୀବନ ଆରମ୍ଭ କରି ପରେ ୮୫-୯୧ ଉପଜିଲ୍ଲାପାଳ ସୋନପୁରଙ୍କ କାର୍ଯ୍ୟାଳୟରେ ଯୋଗଦେଲେ ପରେ ସିନିଅର ଷ୍ଟେନୋ ଭାବରେ ପ୍ରମୋଶନ ପାଇ୯୧-୯୩ ପର୍ଯ୍ୟନ୍ତ ବଲାଙ୍ଗୀର ଯୋଜନା ସଂଯୋଜନ ବିଭାଗରେ ଜଏନ କରି ପୁଣିଯେବେ ସୁବର୍ଣ୍ଣପୁର ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା ସେତେବେଳେ ସେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଭାବରେ ଯୋଗଦେଇ ଅଦ୍ୟାବଧି ତାଙ୍କର କର୍ତ୍ତବ୍ୟ ସୁଚାରୁରୂପେ ତୁଳାଇ ଆସିଥିଲେ । ଚାକିରୀ ଆରମ୍ଭରୁ ଦୀର୍ଘ ୪୧ବର୍ଷଧରି ନିଜ କର୍ତ୍ତବ୍ୟକୁ ସାଧୁତା ଓ ସଟ୍ଟୋଟତା ସହ ସେ ନିର୍ବାହ କରିଥିବା ସହ ନିଜ ଚାକିରୀ କାଳରେ ସମସ୍ତଙ୍କର ସେ ଆକୁଣ୍ଠ ସହଯୋଗ ପାଇପାରିଥିବା ଶ୍ରୀ ପଣ୍ଡା ତାଙ୍କର ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ।

Comments (0)
Add Comment