ବସ୍‌ ଚଳାଉଥିଲେ, ହୃଦଘାତରେ ଚାଲିଗଲା ଜୀବନ : ଅଳ୍ପକେ ବର୍ତ୍ତିଗଲେ ୪୯ ଯାତ୍ରୀ

ପୁରୀ : ଯାତ୍ରୀବାହୀ ବସରେ ଅଭାବନୀୟ ଘଟଣା । ଚଳନ୍ତା ବସ ଷ୍ଟିୟରିଂ ଉପରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ କଣ୍ଡକ୍ଟର ଉପସ୍ଥିତ ବୁଦ୍ଧି ପାଇଁ ୪୯ ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କ ଜୀବନ ଅଳ୍ପକେ ବଞ୍ଚିଯାଇଛନ୍ତି । ଯାତ୍ରୀବାହୀ ବସ୍‌ ଡ୍ରାଇଭର ସୁଦର୍ଶନ ସାହୁଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇ ଥିବା ବେଳେ କଣ୍ଡକ୍ଟର ତାଙ୍କ ଉପସ୍ଥିତ ବୃଦ୍ଧି ଯୋଗୁଁ ୪୯ ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । ଏହି ଅଭାବନୀୟ ଘଟଣା ଘଟିଛି ଗୋପ-ଚାରିଛକ ରାସ୍ତାର ଗୋପ ବଜାର ନିକଟରେ । ଯାତ୍ରୀବାହୀ ବସ୍‌ଟି କଟକ ଅଭିମୁଖେ ଯାଉଥିବା ସମୟରେ ବସ୍‌ ଡ୍ରାଇଭର ସୁଦର୍ଶନ ସାହୁଙ୍କ ହୃଦ୍‌ଘାତ ଯୋଗୁଁ ଗାଡିଚଳାଇବା ସମୟରେ ଟଳି ପଡିଥିଲେ । ହଠାତ ଗାଡି କଣ୍ଡକ୍ଟର ନଜର ପଡିଯିବାରୁ ଯାତ୍ରୀମାନଙ୍କ ସାହାଯ୍ୟରେ ତାକୁ ଡ୍ରାଇଭର ସିଟିରୁ ଓହ୍ଲାଇବା ସହ ଗାଡିଟିକୁ ଠିଆ କରିଥିଲେ । ପରେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ମଧ୍ୟ ଡାକ୍ତର ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ ।ଯାତ୍ରୀ ଓ କଣ୍ଡକ୍ଟରଙ୍କ କହିବା କଥା ଆମେ ଗପ ସପ କରି ଅସୁଥିଲୁ । ଗୋପ ବଜାରରେ ଚା ମଧ୍ୟ ଡ୍ରାଇଭର ପିଇବା ପରେ ଗାଡି ବାହାରିବାର ଦୁଇଶହ ମିଟର ଯିବାପରେ ଏଭଳି ଘଟଣା ଘଟିଲା । ତେବେ ଏହି ଘଟଣା ଏବେ ଚର୍ଚ୍ଚା ର ବିଷୟ ହୋଇଥିବା ବେଳେ ସୌଭାଗ୍ୟବସତ ଯାତ୍ରୀଙ୍କ ସହ କୌଣସି ଅଘଟଣ ଘଟିନହିଁ ।

Comments (0)
Add Comment