ପୁଣି ଭିଜିଲାନ୍ସ ଜାଲରେ ପଡିଲେ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡିଛନ୍ତି ଯନ୍ତ୍ରୀ | ଭଞ୍ଜନଗର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉତଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ ଜାରି ରହିଛି | ୫ ଜଣ ଡ଼ିଏସପି ଓ ୧୧ ଜଣ ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ହୋଇଥିବାବେଳେ ରାଜ୍ୟର ୬ଟି ସ୍ଥାନରେ ଏକକାଳୀନ ରେଡ ଜାରି ରହିଛି | ଭଞ୍ଜନଗରରେ ଥିବା ସରକାରୀ କ୍ଵାଟର ସହ, କାର୍ଯ୍ୟାଳୟ, ଭୁବନେଶ୍ୱର ଖଣ୍ଡଗିରିରେ ଥିବା ତୁଷ୍ଟି ଆପାର୍ଟମେଣ୍ଟ, ଭୁବନେଶ୍ୱରର କସମପୋଲି ରେସିଡେନ୍ସି, ଜାଗମରାରେ ଥିବା ତିନି ମହଲା କୋଠା ଏବଂ ଗଞ୍ଜାମର ଲଙ୍ଗଳେଶ୍ୱରରେ ଥିବା ପୈତୃକ ବାସଭବନରେ ଚଢ଼ାଉ ଜାରି ରହିଛି |

Comments (0)
Add Comment