ଶ୍ରୀମନ୍ଦିରର ବଜେଟକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ : ଶ୍ରୀମନ୍ଦିରର ବଜେଟକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ଚନ୍ଦନଯାତ୍ରା ଓ ରଥଯାତ୍ରା ପାଇଁ ରଥ ନିର୍ମାଣ ସଂପର୍କରେ ଆଲୋଚନା ହୋଇଥିଲା । ଚଳିତ ୨୦୨୨ -୨୩ ମସିହା ପାଇଁ ଶ୍ରୀମନ୍ଦିର ପାଇଁ ମୋଟ ୨୩୭କୋଟି ୫୮ ଲକ୍ଷ ଟଙ୍କା ବଜେଟ ହୋଇଛି । ତେବେ ଏହାର ରୂପରେଖ ରହିବ ସେ ନେଇ ଆଗାମୀ ୨୫ ତାରିଖ ବୈଠକରେ ବଜେଟକୁ ନେଇ ନିଷ୍ପତ୍ତି ନିଆଯିବ । ସେହିପରି ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ଆରମ୍ଭ ହେବାକୁ ଥିବା ବେଳେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହେବ । ଏଣୁ ରଥ ଖଳାରେ ରଥ କାର୍ଯ୍ୟ ଓ ଚନ୍ଦନ ଯାତ୍ରା ପାଇଁ ଯାତାୟତ ସୁଗମ ପାଇଁ ଅସ୍ଥାୟୀ ସେଡ ଖୋଲାଯିବ । ପଶ୍ଚିମ ଦ୍ୱାରରେ ଏହି ସେଡ କରାଯାଇ ପଶ୍ଚିମ ଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ଅନୁମତି ଆଗାମୀ ୨୯ ତାରିଖରୁ ଦିଆଯିବ । ସବୁ ଭକ୍ତ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ଓ ସିଂହ ଦ୍ୱାର ଦେଇ ଶ୍ରୀମନ୍ଦିର ରେ ପ୍ରବେଶ କରିବେ ଓ ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଆସନ୍ତା ରଥଯାତ୍ରା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଆସ୍ଥାୟୀ ଭାବେ ଚାଲୁ ରହିବ । ସେହିପରି ଚଳିତ ବର୍ଷ ଚନ୍ଦନଯାତ୍ରା ରେ ଭକ୍ତ ଙ୍କୁ ସାମିଲ ର ସୁଯୋଗ ଦିଆଯିବ । ତେବେ ଏଥିପାଇଁ କୋଭିଡର ଗାଇଡ଼ଲାଇନ ଅନୁଯାୟୀ ଏସଓପି ଜାରି କରାଯିବ ।

Comments (0)
Add Comment