ଶୀତକାଳୀନ ଅଧିବେଶନ ଆରମ୍ଭ : ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ, ୫ଟା ଯାଏଁ ମୁଲତବୀ

ଭୁବନେଶ୍ୱର : ବିଧାନସଭା ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଗୃହ କାର୍ଯ୍ୟ ପ୍ରାରମ୍ଭର ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଆଗତ ହୋଇଛି ଶୋକ ପ୍ରସ୍ତାବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ସିପିଆଇ(ଏମ) ନେତା ଲକ୍ଷଣ ମୁଣ୍ଡା ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି ।

ତେବେ ପୂର୍ବତନ ମନ୍ତ୍ରୀ ତଥା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା, ବିରୋଧୀ ଦଳର ଉପନେତା ବିଷ୍ଣୁ ଚରଣ ସେଠୀ, ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାୟକ ଏବଂ ଅନ୍ୟ ତିନି ସଦସ୍ୟଙ୍କ ଉଦ୍ଧେଶ୍ୟରେ ଶୋକ ପ୍ରସ୍ତାବ ପାରିତ ହୋଇଛି । ସେହିପରି ପୂର୍ବତନ ବିଧାୟକ କପିଳ ନାରାୟଣ ତିୱାରୀ, ଗୋପନାରାୟଣ ଦାସ ଓ ଆଦିକନ୍ଦ ସେଠୀଙ୍କ ବିୟୋଗରେ ମଧ୍ୟ ଶୋକ ପ୍ରସ୍ତାବ ଆଗତ ହୋଇଛି । ସ୍ବର୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ୧ ମିନିଟର ନିରବ ପ୍ରାର୍ଥନା କରାଯାଇଛି । ଗୃହ ପକ୍ଷରୁ ସ୍ବର୍ଗତ ସଦସ୍ୟଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣା ଯାଇଛି । ଏହାପରେ ଗୃହ କାର୍ଯ୍ୟ ସନ୍ଧ୍ୟା ୫ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି ।

Comments (0)
Add Comment