ବୀମା କ୍ଷତିପୂରଣ ଦାବିରେ ବିକ୍ଷୋଭ, ଗର୍ଜିଲେ ବିଧାୟକ ସାଲୁଜା

ବଲାଙ୍ଗୀର: କୃଷିବୀମା ଦାବିରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ହଜାର ହଜାର ଚାଷୀ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କଣ୍ଟାବାଞ୍ଜି ବିଧାନସଭା ଅନ୍ତର୍ଗତ ତୁରେକେଲା, ମୁରିବାହାଲ ଓ ବଙ୍ଗୋମୁଣ୍ଡା ବ୍ଳକର ଚାଷୀମାନଙ୍କୁ ଗତ ଖରିଫ ଋତୁର ବୀମାରାଶି ଶୀଘ୍ର ଦେବାକୁ ଦାବି କରିଥିଲେ । ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୬ଦଫା ଦାବିପତ୍ର ଦେଇଥିଲେ । ଅନୁଷ୍ଠିତ ବିକ୍ଷୋଭ ସଭାରେ ବୀମା କ୍ଷତିପୂରଣ ଦେବାରେ ବିଳମ୍ବ, ବୀମା କମ୍ପାନୀର ଚଞ୍ଚକତା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ବିଧାୟକ ସାଲୁଜା ଓ ଅନ୍ୟ କଂଗ୍ରେସ ନେତାମାନେ କଟୁ ସମାଲୋଚନା କରିଥିଲେ । ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, କଂଟାବାଞ୍ଜି ଏନ୍‌ଏସି ଚେୟାରମ୍ୟାନ ବରିୟାମ୍‌ ସିଂ ସାଲୁଜା ଓ ୩ଟି ବ୍ଳକ ତଥା ଜିଲ୍ଲା କଂଗ୍ରେସ କର୍ମକର୍ତ୍ତା ଯୋଗଦାନ କରିଥିଲେ । ସମସ୍ୟାର ଶୀଘ୍ର ଉଚିତ୍‌ ସମାଧାନ ନ ହେଲେ ଆଗକୁ ଆନ୍ଦୋଳନ ଆହୁରୀ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ।

Comments (0)
Add Comment