ଦାଦନ ଶ୍ରମିକଙ୍କ ଅସ୍ୱାଭାବିକ ମୃତ୍ୟୁ, ସହାୟତା ଦାବିରେ ରାସ୍ତାରୋକ

ପାଟଣାଗଡ : ପାଟଣାଗଡ଼ ଥାନା ବରପଦର ଗାଁର ମୁରଲି କୁମ୍ଭାର( ୫୫) ତାଙ୍କ ସ୍ତ୍ରୀ ମେନକା କୁମ୍ଭାରଙ୍କ ସହ ଗତ ଦୁଇ ମାସ ତଳେ ପେଟ ପାଟଣା ପାଇଁ ବାହାର ରାଜ୍ୟ ଆନ୍ଦ୍ରପ୍ରଦେଶର ପ୍ରକାଶମ ଜିଲ୍ଲା କୁନୁକୁପାଡୁ ଅଞ୍ଚଳରେ ଥିବା କାଳାମ ଟେକ୍ସଟାଇଲ( ସୂତା) ନାମକ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ । ମୁରଲି କୁମ୍ଭାର କମ୍ପାନୀରେ କାମ କରୁଥିବା ସମୟରେ କମ୍ପାନୀ ଥିବା ବଇଲର ମେସିନରେ ପଡିଯାଇଥିଲେ । ସେଠାରେ ତାଙ୍କର ଅସ୍ୱାଭାବିକ ଭାବରେ ମୃତ୍ୟୁ ଘଟିଥିଲା । ଆଜି ଆମ୍ବୁଲାନ୍ସ ଯୋଗେ ମୁରଲିଙ୍କ ମୃତଦେହ ଗାଁକୁ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ମଧ୍ୟାହ୍ନ ୧୨ ଟା ସମୟରେ ଜନମଞ୍ଚ ସିଭିଲ ସୋସାଇଟି ସଭାପତି ଡିଙ୍ଗର କୁମ୍ଭାରଙ୍କ ନେତୃତ୍ୱରେ ପରିବାର ଲୋକେ ବରପଦର ଭାରତ ପେଟ୍ରୋଲ ପମ୍ପ ନିକଟରେ ରାସ୍ତା ଉପରେ ଶବ ରଖି କ୍ଷତିପୂରଣ ଓ କମ୍ପାନୀ ବିରୋଧି ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀରେ ପାଟଣାଗଡ଼-ଦମକିପାଲି ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ଶ୍ରମ ଅଧିକାରୀ ନିରଞ୍ଜନ ଭୂୟାଁ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ । ଶ୍ରମବିଭାଗ ପକ୍ଷରୁ ଉକ୍ତ କମ୍ପାନୀ ନାମରେ ଆଇନଗତ ଏକ ମାମଲା ରୁଜୁ କରି ପରିବାର ଲୋକଙ୍କୁ କମ୍ପାନ୍‌ ସେସନ୍‌ (କ୍ଷତିପୂରଣ ସହାୟତା ) ରାଶି କମ୍ପାନୀ ବହନ କରିବ ବୋଲି କହିଛନ୍ତି । ଖବର ପାଇଁ ପାଟଣାଗଡ଼ ବିଡିଓ ନିଳମାଧବ ସୁନା ସହକାରୀ ଜିଲ୍ଲା କ୍ଷୀରୋଦ ଚନ୍ଦ୍ର ସାହୁ ପହଞ୍ଚି ପରିବାଲୋକଙ୍କ ସହ ଆଲୋଚନା କରିବା ସହ ମୃତକଙ୍କ ପରିଲୋକଙ୍କୁ ରେଡକ୍ରସ ପାଣ୍ଠି ରୁ ୧୦ ହଜାର ଟଙ୍କା ଓ ହରିଶ୍ଚୟ ଯୋଜନାରେ ୩ ହଜାର ଟଙ୍କା ସହ ସଙ୍ଗେସଙ୍ଗେ ବିଧବା ଭତ୍ତା ଯୋଗାଇ ଦିଆଯିବାର ପ୍ରତିଶୃତି ଦେବାପରେ ଆନ୍ଦୋଳନକାରୀ ରାସ୍ତାରୁ ଓହରି ଥିଲେ । ମୃତକ ଜଣକ ପରିବାର ଜଣେ ରୋଜଗାର କ୍ଷମ ବ୍ୟକ୍ତି ଥିବାରୁ ତାଙ୍କ ସ୍ତ୍ରୀ ମେନକା କୁମ୍ଭାର ଦୁଇ ପୁଅ ଅଗସ୍ତି ଓ ଅମିନକୁମ୍ଭାର ଭାଙ୍ଗି ପଡିଛନ୍ତି । ମୃତକଙ୍କ ବଡ଼ ପୁଅ ଅଗସ୍ତି ଆଇଟିଆଇ କରୁଥିବା ଅମିନ ବେରୋଜଗାରି ଥିବାରୁ ସେ ପିଲାଙ୍କ ପାଠପଢ଼ା ପାଇଁ ବାହାର ରାଜ୍ୟକୁ ଯାଇଥିଲେ । ଏବେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ଅନ୍ୟ ପକ୍ଷରେ ଅଣ ପ୍ରଶିକ୍ଷଣପ୍ରାପ୍ତ ଶ୍ରମିକକୁ କିପରି ଏକ ବିପଦଜନକ ସ୍ଥାନରେ କାମରେ ଉକ୍ତ କାଳାମ ଟେକ୍ସଟାଇଲ ଲିମିଟେଡ କାମରେ ଲଗାଇଲା ଓ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇନଥିବାରୁ ଉକ୍ତ ଟେକ୍ସଟାଇଲ କମ୍ପାନୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ଓ ଶ୍ରମବିଭାଗ ନିକଟରେ ଗ୍ରାମବାସୀ ଦାବୀ କରିଛନ୍ତି ।

Comments (0)
Add Comment