ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ପଲିଟେକ୍ନିକ୍ ଓ ଡିପ୍ଲୋମା ସ୍କୁଲରେ ୨୦୨୨-୨୩ ଶିକ୍ଷାବର୍ଷରେ ଡିପ୍ଲୋମା କୋର୍ସରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ଆସନ୍ତା ୨୭ ତାରିଖରୁ ଜୁଲାଇ ୨୩ ପର୍ଯ୍ୟନ୍ତ ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ସାମ୍ସ)ରେ ଆବେଦନ କରିପାରିବେ । ଏହାପରେ ୨୫ ଜୁଲାଇ ସୁଦ୍ଧା ଡକ୍ୟୁମେଣ୍ଟ ଯାଞ୍ଚ ହେବ ।
ଅଗଷ୍ଟ ୫ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଅଗଷ୍ଟ ୫ରୁ ୧୦ ତାରିଖ ଚଏସ୍ ଫିଲିଂ କରିବେ । ଏହାପରେ ଅଗଷ୍ଟ ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟ୍ମେଣ୍ଟ ପ୍ରକାଶ ପାଇବ । ଏହି ପର୍ୟ୍ୟାୟରେ ଛାତ୍ରଛାତ୍ରୀ ଅଗଷ୍ଟ ୧୮ରୁ ୨୨ ତାରିଖ ଭିତରେ ଅନ୍ଲାଇନ୍ରେ ଫି ଦାଖଲ କରିବା ପରେ ୧୯ରୁ ୨୨ ତାରିଖ ଭିତରେ ନାମଲେଖା ହେବ । ସେହିପରି ୨୦୨୨-୨୩ ଶିକ୍ଷାବର୍ଷରେ ୪୭୭ ସରକାରୀ ଓ ବେସରକାରୀ ଆଇଟିଆଇ ଗୁଡିକରେ ନାମଲେଖା ପାଇଁ ବିଜ୍ଞପ୍ତି ବାହାରିଛି । ଆସନ୍ତା ଜୁଲାଇ ୧୨ ସୁଦ୍ଧା ଆଗ୍ରହୀ ଛାତ୍ରଛାତ୍ରୀ ଆବେଦନ କରିବେ । ଏବର୍ଷ ନୂଆଦିଲ୍ଲୀସ୍ଥିତ ଏନ୍ସିଭିଇଟି ଦ୍ୱାରା ୧୧ଟି ନୂଆ ସରକାରୀ ଆଇଟିଆଇ ସହବନ୍ଧିତ ହୋଇଛି ।