ତ୍ରିରଙ୍ଗା ଯାତ୍ରା ସମିତି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର : ଆଜି ସକାଳେ ତ୍ରିରଙ୍ଗା ଯାତ୍ରା ପାଳନ ସମିତି ସୋନପୁର ତରଫରୁ ଆଜାଦି କା ଅମୃତ ମହତ୍ସବ ପାଇଁ ଏକ ତ୍ରିରଙ୍ଗା ଯାତ୍ରା ସହିତ ଅଖଣ୍ଡ ଭାରତ ଦିବସ ରେ ବିଭିନ୍ନ ସାମାଜିକ ଓ ଆଧ୍ୟାତ୍ମିକ ସଂଗଠନର ମିଳିତ ସହଯୋଗରେ ଏକ ବିରାଟ ଶୋଭାଯାତ୍ରା ବାହାରି ସୋନପୁର ନଗର ପରିକ୍ରମା କରିଥିଲା । ଏହି କାର୍ଯ୍ୟକ୍ରମରେ ଆରଏସଏସ, ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ମାରୱାଡ଼ି ଯୁବାମଞ୍ଚ, ସୋନପୁର କଲେଜ ଏନସିସି, ବଣିକ ସଂଘ, ସ୍ୱଚ୍ଛ ଭାରତ ସଂଗଠନ, ଗାଡ଼ି ଚାଳକ ସଂଘ, ଡ୍ରାଇଭର ମହାସଂଘ, ରକ୍ତ ଦାତା ସଂଘ, ଭଗବତୀ ଯୁବକ ସଂଘ, ଯୋଗାଳୟ, ଅବସର ପ୍ରାପ୍ତ ଶିକ୍ଷକ ସଂଘ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବ୍ଲକଛକ ଦୁର୍ଗା ପୂଜା କମିଟି, ଶ୍ରମିକ ସଂଗଠନ, ସମେତ ସହରର ପ୍ରମୁଖ ସ୍ୱେଚ୍ଛାସେବୀ ସଂଗଠନ, ସଚେତନ ନାଗରିକ, ଦେଶ ପ୍ରେମୀ, ସାଧାରଣ ଜନତା ଯୋଗଦାନ କରିଥିଲେ । ଏହି ତ୍ରିରଙ୍ଗା ଯାତ୍ରା ପାଳନ ସମିତିର ସଭାପତି ବି. ଶିବ ପାତ୍ର, ଉପ ସଭାପତି ରଶ୍ମିରଞ୍ଜନ ଦାସ, ଜିତୁ ବଡମାଳି, ସ୍ୱରୂପ ପାତ୍ର, ବିରଞ୍ଚି ମେହେର, ଜୟଦ୍ରଥ ଜଗଦଲା, ସଞ୍ଜୟ ମହାପାତ୍ର, ରାଜେଶ ସିଂ, ଯୋଗଦାନ କରିଥିଲେ । ଉକ୍ତ ଯାତ୍ରା ବ୍ଲକ ଛକ ବାଲାଜୀ ମନ୍ଦିରରୁ ଆରମ୍ଭ ହୋଇ ଆମ୍ବେଦକର ଛକ, କଚେରି ଛକ, ମଝିପଡା, ବିଜୁପଟ୍ଟନାୟକ ଛକ, ଗଙ୍ଗାଧର ମେହେର ଛକ, ଦୁର୍ଗାମଣ୍ଡପ, ସୁରେଶ୍ୱରୀ ମନ୍ଦିର ଛକ, ନଳିନୀ ଛକ, ପଟାଭାଡ଼ି ଛକ ପୁଣି ବବ୍ଲ ଛକ ସ୍ଥିତ ବାଲାଜୀ ମନ୍ଦିରରେ ଶେଷ ହୋଇଥିଲା । ପରି ଶେଷର ବାଲାଜୀ ମନ୍ଦିର ନିକଟରେ ଥିବା ରୟାଲ ପଡ଼ିଆରେ ଜାତୀୟ ସଙ୍ଗୀତ ଗାନ ହୋଇ ତ୍ରିରଙ୍ଗା ଯାତ୍ରା ସମାପନ ହୋଇଥିଲା । ଉକ୍ତ କାର୍ଯ୍ୟ କ୍ରମରେ ଭାରତମାତା କି ଜୟ, ବନ୍ଦେ ମାତରଂ, ଭାରତ ଅଖଣ୍ଡ ହୋ ଅଖଣ୍ଡ ହୋ ନାରା ସୋନପୁର ନଗର ପ୍ରକମ୍ପୀତ ହୋଇ ଉଠି ଥିଲା । ଏହି କାର୍ଯ୍ୟକ୍ରମରେ ସୋନପୁର ନଗର ଜନସାଧାରଣଙ୍କ ମଧ୍ୟରେ ଏକ ଦେଶଭକ୍ତିର ଜାଗରଣ ସୃଷ୍ଟି ହୋଇଥିଲା ।

Comments (0)
Add Comment