ହଷ୍ଟେଲରୁ ପଳାଉଥିଲେ ୫ମ ଶ୍ରେଣୀ ଛାତ୍ର, ଉଦ୍ଧାର କଲା ପୁଲିସ

ଘୁ ଉଦୟଗିରି: ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୪ ନମ୍ୱର୍‌ ୱାର୍ଡ ଶ୍ରୀରାମପଦା ନିକଟରେ ସରକାର କୋଟି କୋଟି ଟଙ୍କା ବ୍ୟୟରେ ଅନ୍ୱେଷା ହଷ୍ଟେଲ ନିର୍ମାଣ କରିଛନ୍ତି,ଯେପରି ବେସରକାରୀ ଇଂରାଜୀ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ରହି ପାଠ ପଢିବେ ।କିନ୍ତୁ ଏଠାରେ ସରକାର କୌଣସି ଚୌକିଦାର ବ୍ୟବସ୍ଥା କରିନାହାନ୍ତି । ପାଚେରୀ ଅଛି କିନ୍ତୁ ପାହାଡକୁ ଲାଗି ରହିଛି ତାହା ମଧ୍ୟ ବେଶୀ ଉଚ୍ଚା ନୁହେଁ । ଯାହାରି ଫଳରେ ରହିଥିବା ପିଲାମାନେ ପାଚେରୀ ଡେଇଁ ବାହାରକୁ ଯିବାର ସକ୍ଷମ ହେଉଛନ୍ତି । ସେହିପରି ଏକ ଘଟଣା ବୁଧବାର ରାତିରେ ଦେଖିବାକୁ ମିଳିଛି । ଏହି ହଷ୍ଟେଲର ଜଣେ ନାବାଳକ ମଣ୍ଡାକିଆ ପଞ୍ଚାୟତ ଅଧିବାସୀ ଗଦ୍ରିଙ୍ଗିଆ ଗ୍ରାମର ଶିଶିର କୁମାର ଦିଗାଲ ଏଠାରେ ରହି କାର୍ମେଲ ଇଂଲିଶ ମିଡିୟମ ସ୍କୁଲରେ ୫ ମ ଶ୍ରେଣୀରେ ପାଠ ପଢ଼ୁଛନ୍ତି ।କାଲି ଗଣେଶ ପୂଜା ଥିବା ବେଳେ ସମସ୍ତେ ପୂଜାରେ ମଜା କରି ଆନନ୍ଦ ସହିତ ନାଚଗୀତ କରି ରାତିରେ ସମସ୍ତେ ଶୋଇଥିଲେ । କିନ୍ତୁ କୌଣସି କାରଣ ଯୋଗୁଁ ଉକ୍ତ ନାବାଳକ ପାଚେରି ଡେଇଁ ବାହାରକୁ ଆସିଥିଲା । ଘୁ.ଉଦୟଗିରି ପୋଲିସ ବନ୍ଧ ଛକ ନିକଟରେ ରାତି ପ୍ରାୟ ୧୧ ଟା ହେବ ଉକ୍ତ ନାବାଳକ ଚାଲି ଚାଲି ଯାଉଥିବା ସମୟରେ ପୋଲିସ ତାଙ୍କୁ ଉଦ୍ଧାର କରି ଥାନାକୁ ନେଇଯାଇଥିଲେ । ଗୁରୁବାର ସକାଳେ ତାର ପରିବାରକୁ ଓ ଉକ୍ତ ହଷ୍ଟେଲର କର୍ମକର୍ତ୍ତାଙ୍କୁ ଯୋଗାଯୋଗ କରିଥିଲେ । ଥାନା ପକ୍ଷରୁ ଏସଆଇ ଅନନ୍ତ କୁମାର ପ୍ରଧାନ ଉଭୟ ପକ୍ଷଙ୍କୁ ଖବର କରିଥିଲେ । ପରେ ପରିବାର ଲୋକ ଓ ହଷ୍ଟେଲ କର୍ମଚାରୀ ଥାନାକୁ ପହଞ୍ଚିଥିଲେ ଓ ସେଠାରେ ପରିବାର ଓ ହଷ୍ଟେଲ କର୍ତ୍ତୃପକ୍ଷ ମିଳିତ ବୁଝାମଣା ପରେ ଉକ୍ତ ନାବାଳକକୁ ପରିବାର ନିଜ ଜିମାରେ ନେଇଥିବା ଥାନା ପକ୍ଷରୁ ସୂଚନା ରହିଛି ।

Comments (0)
Add Comment