ସୁବର୍ଣ୍ଣପୁର:ଆଜି ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ଥାନା ଅନ୍ତର୍ଗତ ପଞ୍ଚାୟତ କଲେଜ ଠାରେ ରାଜ୍ୟ ପୋଲିସ ବିଭାଗ ର ନିର୍ଦ୍ଦେଶ ରେ ମୋ ସରକାର ତରଫରୁ ଏକ ବିଶାଳ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିର କୁ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଉଦଘାଟନ କରି ରକ୍ତ ଦାତା ତଥା ଅଞ୍ଚଳ ର ଅନ୍ୟାନ୍ୟ ଅଗ୍ରଣୀ ସେଚ୍ଛାସେଵୀ ସଂଗଠନ ର କର୍ମକର୍ତ୍ତାଙ୍କୁ ସମ୍ମାନିତ କରି ଉତ୍ସାହିତ କରିଥିଲେ l ଉଲୁଣ୍ଡା ପୋଲିସ କୁ ଏହି ବିଶାଳ ଶିବିର ଆୟୋଜନ ରେ ସହଯୋଗ କରିଥିବାରୁ ସେ ସମସ୍ତ ଙ୍କୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ବୀରମହାରାଜପୁର ଏସଡିପିଓ ଡୋଳାମଣି ଭୋଇ, ଆର ଟି ଓ ରବିନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ନିମନ୍ତ୍ରିତ ଅତିଥି ଭାବରେ ଉଦଯାପନୀ ଉତ୍ସବ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଯୋଗ ଦେଇ ରକ୍ତଦାତା, ସ୍ବେଛାସେବୀ ସଂଗଠନ ତଥା ଉଲୁଣ୍ଡା ଟାଉନ୍ ଥାନା ପୋଲିସ୍ କୁ ରକ୍ତ ଦାନ କ୍ଷେତ୍ର ରେ ଉତ୍କୃଷ୍ଟ ସଫଳତା ହେତୁ ଭୂୟସୀ ପ୍ରଶଂସା କରି ଅଗ୍ରଣୀ ସ୍ବେଛାସେବୀ ସଂଗଠନ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏବଂ ବ୍ଲକ ଲେବେଲ ଥାନା ରେ ୫୦୯ ୟୁନିଟ ରକ୍ତ ସଂଗ୍ରହ ବିଷୟ ଆଜି ସମସ୍ତ ଙ୍କୁ ଚକିତ କରିଛି ବୋଲି କହିଥିଲେ l ସୁବର୍ଣ୍ଣପୁର , ବରଗଡ଼, ତଥା ଭିମସାର ବୁର୍ଲା ରକ୍ତ ଭଣ୍ଡାର ର କର୍ମଚାରୀ, ପୋଲିସ ଟିମ , ସ୍ବଚ୍ଛ ଭାରତ ସଂଗଠନ ସୋନପୁର କର୍ମକର୍ତ୍ତା , ରେଜିଷ୍ଟ୍ରେସନ୍, ରକ୍ତ ସଂଗ୍ରହ, ନାମ ପଞ୍ଜିକରଣ,ପ୍ରମାଣପତ୍ର ବଣ୍ଟନ ତଥା ରକ୍ତ ସଂଗ୍ରହ କାର୍ଯରେ ପୂର୍ଣ୍ଣ ସହଯୋଗ କରିଥିଲେ । ଏସଡିପିଓ ଡୋଳାମଣି ଭୋଇ, ଓ ଉଲୁଣ୍ଡା ଆଇ ଆଇ ସି ଚନ୍ଦ୍ରଚୂଡ଼ ସିଂ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ଏହି ମେଗା ରକ୍ତ ଦାନ ଶିବିର ରେ ରକ୍ତ ଦାତା ସଂଗଠନ, ପଶ୍ଚିମ ଓଡିଶା ଯୁବା ମଞ୍ଚ, ଓଡ଼ିଶା ଡ୍ରାଇଭର ମହା ସଂଘ ଉଲୁଣ୍ଡା ଶାଖା, ଉଲୁଣ୍ଡା ଯୁବ ମହାସଂଘ, ରଘୁନାଥ ଯୁବା କ୍ଲବ, ଜଗନ୍ନାଥ କ୍ଲବ କୋଟ ସମଲେଇ, ଉଲୁଣ୍ଡା ବଜରଙ୍ଗ ଦଳ, ମେଟାକାନି ମହିଳା କଲେଜ, ଉଲୁଣ୍ଡା ପଞ୍ଚାୟତ ସମିତି କଲେଜ, ରମେଶ ପ୍ରସାଦ ଡିଗ୍ରୀ କଲେଜ, ବଣିକ ସଂଘ, ଉଲୁଣ୍ଡା ରାଇସ ମିଲ ୟୁନିୟନ, ଅଗ୍ନିଶମ ବାହିନୀ, ଫରେଷ୍ଟ ବିଭାଗ, ଟାଟା ପାୱାର କର୍ମଚାରୀ, ଚନ୍ଦ୍ର ମଣି ଦାଶ ଯୁବକ ସଂଘ, ଆମ ପୋଲିସ ସମିତି, ବ୍ଲକ ସ୍ତରୀୟ ସମସ୍ତ ସରପଞ୍ଚ ଙ୍କ ସହଯୋଗରେ ଆଜି ଏ ବିଶାଳ ଶିବିର ସଫଳ ହୋଇ ଓଡିଶା ର ସମସ୍ତ ରେକର୍ଡ କୁ ବ୍ରେକ କରିଛି l ଆମ ପୋଲିସ ସଭାପତି ନରେନ୍ଦ୍ର ଆଚାର୍ଯ୍ୟ, ଜ଼ିଲ୍ଲା ହାବିଲଦାର ସଂଘ ସଭାପତି କୁମୁଦ ରଞ୍ଜନ ମେହେର, ସମ୍ପାଦକ ସୁଧାଂଶୁ ମେଂଡେଲି, ଜ଼ିଲ୍ଲା ପୋଲିସ ରକ୍ତ ସଂଯୋଜକ ମନୋଜ ପଣ୍ଡା, ଓ ସାମ୍ବାଦିକ ତଥା ସୋନପୁର ସ୍ୱଚ୍ଛ ଭାରତ କୋର୍ଡିନେଟର ମନୋରଞ୍ଜନ ତ୍ରିପାଠୀ ଏହି ଶିବିର ଓ ଉଭୟ ସମ୍ବର୍ଦ୍ଧିତ ସଭା ସଂଯୋଜନା କାର୍ଯ୍ୟକ୍ରମ ପରିଚାଳନା ରେ ସମ୍ପୂର୍ଣ ସହଯୋଗ କରିଥିଲେ ଓ ଥାନା ର ସମସ୍ତ କର୍ମଚାରୀ ପ୍ରମୁଖ ଶୃଙ୍ଖଳା ରକ୍ଷା କରିଥିଲେ । ଶେଷ ରେ ଆରକ୍ଷୀ ନିରୀକ୍ଷକ ପ୍ରଦ୍ୟୁମ୍ନ ପଟେଲ ରକ୍ତ ଦାତା ଓ ସ୍ବେଛାସେବୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ରାଜ୍ୟ ଡ୍ରାଇଭର ମହାସଙ୍ଘର ଉଲୁଣ୍ଡାର ସଭ୍ୟ ଆଦିକନ୍ଦ ଦେହୁରୀ ଚକ୍ଷୁଦାନ ପାଇଁ ଆଜି ସଭାରେ ଏସପି ଙ୍କ ଆଗରେ ଘୋଷଣା କରି ଅଙ୍ଗ ଦାନ ପାଇଁ ଆଗାମୀ ଯୁବ ପିଢୀଙ୍କୁ ପ୍ରେରଣା ଦେଇଥିଲେ l ଆଜିର ସମୁଦାୟ ସଂଗ୍ରହ ହୋଇଥିବା ୫୦୯ ୟୁନିଟ ରକ୍ତ ମଧ୍ୟରୁ ସୋନପୁର ବ୍ଲଡ଼ ବ୍ୟାଙ୍କ କୁ ୧୫୦ ୟୁନିଟ, ବରଗଡ଼ ସରକାରୀ ରକ୍ତ ଭଣ୍ଡାର କୁ ୧୨୯ ୟୁନିଟ, ଓ ବୁର୍ଲା ବଡ଼ ମେଡିକାଲ ରକ୍ତ ଭଣ୍ଡାର କୁ ୨୩୦ ୟୁନିଟ ରକ୍ତ ପ୍ରଦାନ କରାଯାଇ ଏକ ବିରଳ ଊଦାହରଣ ସୃଷ୍ଟି କରିପାରିଛି l