ଘୁ ଉଦୟଗିରି: ଆଜି ସ୍ଥାନୀୟ ଏନଏସି କାଉନସିଲ ହଲଠାରେ ସ୍ୱତନ୍ତ୍ର କାଉନସିଲ ବୈଠକ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏନଏସି ନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀ ଉପସ୍ଥିତ ରହିଥିବା ବେଳେ ଉପାଧ୍ୟକ୍ଷ ସନ୍ତୋଷ ବାଘଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ରହି ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ମୁଖ୍ୟତଃ ଆଗାମୀ ବର୍ଷା ପୂର୍ବରୁ ସମସ୍ତ ୱାର୍ଡର ସାହି ଗଳି କନ୍ଦିର ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ସମସ୍ତ ସାହିର ଡ୍ରେନ ସଫା କରିବା ନେଇ ଆଲୋଚନା ହୋଇଥିଲା । ଏହାସହ ସହରର ବଜାର ବନ୍ଧ, ବେହେରା କଲୋନୀ ବନ୍ଧ ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ ,ଗାନ୍ଧୀ ଛକ ରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ଏବଂ ଚକରା ବିଷୋୟୀ ଛକରେ ଥିବା ଚକରା ବିଷୋୟୀ ପ୍ରତିମୂର୍ତ୍ତି ସ୍ଥଳର ସୌନ୍ଦର୍ଯ୍ୟ କରଣ ବିଷୟରେ ଆଲୋଚନା ହେବା ସହ ଅତିଶିଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଅଧ୍ୟକ୍ଷା ମତପ୍ରକାଶ କରି ସୂଚନା ପ୍ରଦାନ କରିଛନ୍ତି ।