କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ଅସାନି

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ଅସାନି’ । ବାତ୍ୟା ଏବେ କାକିନାଡ଼ା ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୨୦୦ କିଲୋମିଟ ଏବଂ ବିଶାଖାପାଟ୍ଟଣମ ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୩୦୦ କିଲୋମିଟର ଦୂରରେ ରହିଛି ବାତ୍ୟା । ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ତେବେ ପାଣିପାଗ ବିଭାଗର ଆକଳନ ଠାରୁ ଏବେ ବାତ୍ୟାର ସ୍ଥିତି ଓ ଗତିପଥରେ ପରିବର୍ତ୍ତନ ଆସିଛି । ଏବେ ମିଳିଥିବା ତଥ୍ୟ ଅନୁସାରେ, ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ।

ସ୍ଥଳଭାଗ ଛୁଇଁବା ପୂର୍ବରୁ ବାତ୍ୟା ରିକର୍ଭ କରିପାରେ । ‘ଅସାନି’ ଉତ୍ତର-ଉତ୍ତର ପୂର୍ବ ଦିଗକୁ ରିକର୍ଭ କରି ବିଶାଖାପାଟ୍ଟଣମ୍ ଦେଇ ଯିବ । ବିଶାଖାପାଟ୍ଟଣମ ଅତିକ୍ରମ ପରେ ବାତ୍ୟା ପୁଣି ରିକର୍ଭ କରି ସମୁଦ୍ର ଭିତରକୁ ପଳାଇବ ବୋଲି ଆଇଏମଡି ଆକଳନ କରିଛି । ବାତ୍ୟା ୧୩ ତାରିଖ ସକାଳ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ପହଞ୍ଚିବ ନାହିଁ । ତେବେ ବାତ୍ୟା ସମୁଦ୍ର ଭିତରକୁ ଯିବା ପରେ ଗତିପଥ କଣ ରହିବ ଆକଳନ ହୋଇନାହିଁ । ପ୍ରଭାବରେ ଓଡ଼ିଶାରେ ଅଧିକ ପବନ ହେବ ନାହିଁ ବୋଲି କହିଛନ୍ତି ଏସଆରସି ।

Comments (0)
Add Comment