ତ୍ରୁଟି ସଂଶୋଧନ

ପାଟଣାଗଡ : ପାଟଣାଗଡ ଉପଖଣ୍ଡ ସ୍ତରୀୟ ୭୫ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଏକ ପ୍ରସ୍ତୁତି ବୈଠକ ଶୀର୍ଷକ ଦୈନିକ ହୀରାଞ୍ଚଳରେ ଗତ ୪ ତାରିଖ ଦିନ ପ୍ରକାଶିତ ହୋଇଥିଲା । ଏଥିରେ ଭୁଲ ବଶତଃ ପାଟଣାଗଡ଼ ତହସିଲଦାର ନିଲମ୍ବିତ ଡ. ପୁଷ୍ପାଞ୍ଜଳି ପଣ୍ଡା ଖବର ପ୍ରକାଶିତ ହୋଇଥିଲା । ଏହି ଅନିଚ୍ଛାକୃତ ତ୍ରୁଟି ପାଇଁ ଆମେ ଦୁଃଖିତ । ଉକ୍ତ ବୈଠକରେ ଡ. ପୁଷ୍ପାଞ୍ଜଳି ପଣ୍ଡା ସମେତ ପାଟଣାଗଡ଼ ଉପଜିଲ୍ଲାପାଳ ଡ. ବିଜୟ ନନ୍ଦ ସେଠୀ, ଏନଏସି ଅଧ୍ୟକ୍ଷା ମାନସୀ ବିଶ୍ୱାଳ, ଏନଏସି କାର୍ଯ୍ୟନିର୍ବାହ ଅଧିକାରୀ ଗୌରହରି ମହାନ୍ତ, ସହକାରୀ ଜିଲ୍ଲାପାଲ କ୍ଷୀରୋଦ ଚନ୍ଦ୍ର ସାହୁ, ଜ୍ୟୋତିମୟ ଭୁକ୍ତା, ଅଗ୍ନିସମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ,ପରିମଳ ବିଭାଗ କୃଷିବିଭାଗ ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ବୈଠକକୁ ଉପଖଣ୍ଡ ଲୋକ ସୂଚନା ଅଧିକାରୀ ସଞ୍ଜୀବ ମହାନ୍ତି ପରିଚାଳନା କରିଥିବା ବେଳେ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment