ରେଲଲାଇନ ଦୋହରୀକରଣ ପାଇଁ ସମ୍ବଲପୁର ରୋଡ଼ ଷ୍ଟେସନର ପ୍ଲାଟଫର୍ମ ଉଚ୍ଛେଦ

ସମ୍ବଲପୁର: ସମ୍ବଲପୁର ରେଳ ଷ୍ଟେସନରୁ ଶାସନ ଆଡ଼କୁ ରେଳଲାଇନର ଦୋହରୀକରଣ ପାଇଁ ଏଠାକାର ସମ୍ବଲପୁର ରୋଡ଼ ଷ୍ଟେସନର ମୁଖ୍ୟ ପ୍ଲାଟଫର୍ମ ଉଚ୍ଛେଦ କରାଯାଇଛି । ଏହି ପ୍ଲାଟଫର୍ମକୁ ସୁରକ୍ଷିତ ରଖିବା ସହିତ ଉକ୍ତ ରେଳଷ୍ଟେସନକୁ ଏକ ଐତିହ୍ୟ ଷ୍ଟେସନ ରୂପେ ସଂରକ୍ଷିତ ରଖିବାକୁ ଏଠାରେ ଦୀର୍ଘ ଦିନରୁ ଆନ୍ଦୋଳନ ଜାରି ରହିଛି । ଆମ ଇତିହାସ ଅନୁସାରେ ସ୍ୱାଧୀନତା ସଂଗ୍ରାମ
ସମୟରେ ଗାନ୍ଧିଜୀ ଏହି ରେଳଷ୍ଟେସନରେ ଓହ୍ଲାଇ ଥିବାରୁ ଏହି ରେଳଷ୍ଟେସନ ଓ ଉକ୍ତ ପ୍ଲାଟଫର୍ମକୁ ଏକ ଐତିହ୍ୟ ରୂପେ ସଂରକ୍ଷିତ ରଖିବାକୁ ଦାବି ହେଉଥିଲା ।

ଏହି ସନ୍ଦର୍ଭରେ ବିଭିନ୍ନ ଜନସଭା ସହ ଶୋଭାଯାତ୍ରା କରି ଏଠାକାର ରାଜସ୍ୱ ଆୟୁକ୍ତଙ୍କ ଜରିଆରେ ସରକାରଙ୍କୁ ଦାବିପତ୍ର ମଧ୍ୟ ଦିଆ ଯାଇଛି । ଏହି ଆନ୍ଦୋଳନ ଯୋଗୁଁ ଏଠାରେ ରେଲୱେ ଡିଭିଜନର ମୁଖ୍ୟାଳୟ ଥାଇ ସୁଦ୍ଧା ସମ୍ବଲପୁରଠାରେ ରେଳଲାଇନ ଦୋହରୀକରଣ କାର୍ଯ୍ୟ ଦୀର୍ଘ ଦୁଇବର୍ଷରୁ ଉଦ୍ଧ୍ୱର୍ ହେବ ହୋଇପାରୁନଥିଲା । ବର୍ତ୍ତମାନ ଉକ୍ତ ପ୍ଲାଟଫାର୍ମ ଭଙ୍ଗାଯିବା ପରେ ରେଲଲାଇନ ଦୋହରିକରଣ କାର୍ଯ୍ୟରେ ଶୀଘ୍ରତା ଅଣାଯିବା ଆଶା କରାଯାଉଛି ଓ ଅନ୍ୟପଟେ ଆଗାମୀ ଦିନରେ ଏହି ଆନ୍ଦୋଳନର ଆଭିମୁଖ୍ୟ କ’ଣ ରହିବ ଏହା ମଧ୍ୟ ଅନୁଧ୍ୟାନ ସାପେକ୍ଷ ।

Comments (0)
Add Comment