ଶ୍ରାବଣର ଦ୍ୱିତୀୟ ସୋମବାରରେ ଲୋକନାଥଙ୍କ ପୀଠରେ ଭକ୍ତଙ୍କ ଗହଳି

ପୁରୀ : ଆଜି ହେଉଛି ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ପୁରୀର ପ୍ରଭୁ ଶ୍ରୀଲୋକନାଥଙ୍କ ପୀଠରେ ହଜାର ହଜାର ବୋଲବମ୍‌ ଭକ୍ତଙ୍କ ଭିଡ ଜମିଛି । ଲୋକନାଥଙ୍କ ନିକଟରେ ଜଳଲାଗି କରିଛନ୍ତି ହଜାର ହଜାର କାଉଡ଼ିଆ ଭକ୍ତ ।ଏହି ଅବସରରେ ପୁରୀର ଶ୍ରୀଲୋକନାଥଙ୍କ ପୀଠ ହୋଇଉଠିଛି ବେଶ୍‌ ଉତ୍ସବ ମୁଖର । ଭକ୍ତମୟ ପରିବେଶରେ ଚାଲିଛି ମହାପ୍ରଭୁଙ୍କ ନିକଟରେ ଜଳଲାଗି । ହଜାର ହଜାର ବୋଲବମ୍‌ ଭକ୍ତ ଗତକାଲି ରାତି ୧୨ଟାରେ ଦ୍ୱାର ଫିଟା ନିତି ସରିବା ପରେ ରାତି ଗୋଟାଏରୁ ଶ୍ରୀଲୋକନାଥଙ୍କ ନିକଟରେ ଜଳଲାଗି କରୁଛନ୍ତି ।

ବିଭିନ୍ନ ନଦୀରୁ ଜଳ ଉଠାଇ ଶ୍ରୀଲୋକନାଥଙ୍କ ସାନିଧ୍ୟ ନେବା ସହ ଜଳଲାଗି କରିଛନ୍ତି କାଉଡ଼ିଆ । କରୋନା କଟକଣା ଯୋଗୁଁ ଦୁଇବର୍ଷ ହେବ ବୋଲବମ୍‌ ଭକ୍ତ ମହାପ୍ରଭୁଙ୍କ ନିକଟରେ ଜଳଲାଗି କରିବାରୁ ବଞ୍ଚିତ ହୋଇଥିଲା ବେଳେ ଚଳିତ ବର୍ଷ କଟକଣା ନଥିବାରୁ ଜଳ ଲାଗି କରି ବେଶ ଉତ୍ସାହିତ କାଉଡ଼ିଆ । ସେପଟେ ହଜାର ହଜାର ବୋଲବମ୍‌ ଭକ୍ତଙ୍କ ଭିଡକୁ ଲକ୍ଷ୍ୟ କରି ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ କରାଯାଇ ଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Comments (0)
Add Comment