ବୌଦ୍ଧ ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଉଦଯାପିତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଉଦଯାପିତ ହୋଇଯାଇଛି । ମୁଖ୍ୟଅତିଥି ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଓ ଜିଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରଦର୍ଶିତ ପ୍ରକଳ୍ପ ଗୁଡିକୁ ବୁଲି ଦେଖିବା ସହିତ କୁନି ବୈଜ୍ଞାନିକ ମାନଙ୍କୁ ସମ୍ପୃକ୍ତ ପ୍ରକଳ୍ପ ସମ୍ପର୍କରେ ପଚାରି ବୁଝିଥିଲେ । ଆୟୋଜିତ ସଭାରେ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ହେଲେ ବୃକ୍ଷରୋପଣ କରିବାକୁ ପଡିବ, ବିଜ୍ଞାନକୁ ସମାଜର ଗଠନ ମୂଳକ କାର୍ଯ୍ୟରେ ବ୍ୟବହାର କରିବାକୁ ବିଧାୟକ ଶ୍ରୀ ଅମାତ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ବୃନ୍ଦାବନ ସାହୁ, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବରାଜ ପ୍ରଧାନ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବୈଜ୍ଞାନିକ ଜ୍ଞାନ କୌଶଳରେ ମନନିବେଶ କରିବା, ବିଜ୍ଞାନକୁ ସମାଜର ବିକାଶ କ୍ଷେତ୍ରରେ ଲଗାଇବା, ସ୍ୱାସ୍ଥ୍ୟପ୍ରତି ସଚେତନ ରହିବା, ବିଜ୍ଞାନ ସହିତ, ଗଣିତ ଓ ପରିବେଶ ଉପରେ ଆଲୋଚନା କରିଥିଲେ । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ବରିଷ୍ଠ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଡଃ ପ୍ରବୀର କୁମାର ଦାଶ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ବିଜ୍ଞାନକୁ ସାର୍ବଜନୀ କରିବା ପାଇଁ ସମସ୍ତ ଛାତ୍ର ଛାତ୍ରୀଙ୍କ ମନଭିତରେ ବୈଜ୍ଞାନିକ ଚିନ୍ତାଧାରା ଉଦ୍‌ରେକ କରିବାପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର କୁମାର ଦେହୁରୀ ଦୁଇ ଦିନିଆ ପ୍ରଦର୍ଶନୀର ବିବରଣୀ ପାଠ କରିବା ସହିତ ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ବିଭିନ୍ନ ବିଜ୍ଞାନ ସମ୍ବନ୍ଧୀୟ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ ।

ସ୍ଥାନୀୟ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସତ୍ୟନାରାୟଣ ଦେହୁରୀ ପରିଚୟ ପ୍ରଦାନ କରିଥିବା ବେଳେ ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ରାଜଲଷ୍ମୀ ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ଉକ୍ତ ପ୍ରଦର୍ଶନୀରେ ମନୋନୀତ ହୋଇଥିବା ଛଅଟି ପ୍ରକଳ୍ପ ଯଥା ବିରାମଚନ୍ଦ୍ରପୁର ହାଇସ୍କୁଲର ଅନିଶ କୁମାର ସାହୁ, ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ସୁମନ ବାରିକ, ସଂଗ୍ରାମପୁର ହାଇସ୍କୁଲର ଅବିନାଶ ପୁରୋହିତ, ହରଭଙ୍ଗାର ପୂଜାରାଣୀ ସେଠୀ, ଧଳପୁରର ସତ୍ୟପ୍ରସାଦ ହୋତା,ମେଣ୍ଢିମାଳର ଚନ୍ଦନ ନାଏକଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରିବା ସହିତ ତାଙ୍କ ପ୍ରକଳ୍ପ ଗୁଡିକୁ ରାଜ୍ୟ ସ୍ତରକୁ ମନୋନୀତ କରାଯାଇଥିଲା । ଏହି ଅବସରରେ ଆୟୋଜିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ର ଛାତ୍ରୀ ଅଭିନାଶ ପୁରୋହିତ, ସୁମନ ବାରିକ, ଜ୍ୟୋତିର୍ମୟୀ ନାଏକ, ଜୁନିଅର କୁଇଜରେ ଅନିଶ କୁମାର ସାହୁ, ନିବେଦିତା ମେଣ୍ଡିଳୀ, କ୍ରିଷ୍ଣା କାତ୍ୟାଞ୍ଜଳି ରଣା, ସିନିଅର କୁଇଜରେ ଶେଖ ସାଦିଆ ବେଗମ, ଜ୍ୟୋତିର୍ମୟୀ ନାଏକ, ସତ୍ୟ ପ୍ରସାଦ ହୋତା ଓ ଓରିଗାମୀ ପ୍ରତିଯୋଗିତାରେ ଜ୍ୟୋତିର୍ମୟୀ ନାଏକ, ରିତୁରାଣୀ ସାହୁ, ଶେଖ ସାଦିଆ ବେଗମଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଜିଲ୍ଲାର ଶ୍ରେଷ୍ଠ ମାର୍ଗ ଦର୍ଶକ ଶିକ୍ଷକ ଭାବରେ ବୁରଗୋରା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଜୟନ୍ତ କୁମାର ପ୍ରଧାନଙ୍କୁ ଉପଢୌକନ ଓ ଟ୍ରଫି ଦେଇ ସମ୍ମାନୀତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସି ଆର ସି ସି ରାଜକୁମାର ପ୍ରଧାନ, ସନ୍ତୋଷ କୁମାର ଶତପଥୀ, ପୂର୍ଣ୍ଣଚନ୍ଦ୍ର କରଡିଆ, ନିରଞ୍ଜନ ମେହେର, ରବୀନ୍ଦ୍ର କୁମାର ଦେହୁରୀ,ବିଜ୍ଞାନ ଶିକ୍ଷକ ସତ୍ୟନାରାୟଣ ସ୍ୱାଇଁ, ଅଭିନବ ପଟ୍ଟନାୟକ,ପଦ୍ମନାଭ ସୁବୁଦ୍ଧି, ରେଣୁପ୍ରଭା ବେହେରା, କାତ୍ୟାୟିନୀ ପାଢ଼ୀ, ଅନିତା ସୁବୁଦ୍ଧିଙ୍କ ସହିତ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Comments (0)
Add Comment