ୟୁନିୟନ ଆରସେଟିରେ ଡ଼୍ରାଇଭର ଟ୍ରେନିଂ ଆରମ୍ଭ

ପାରଳାଖେମୁଣ୍ଡି:ଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଅବସ୍ଥିତ ୟୁନିଅନ ବ୍ୟାଙ୍କ୍‌ ଦ୍ୱାରା ପରିଚାଳିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନରେ ମଙ୍ଗଳବାର ଠାରୁ ଏଲ୍‌ଏମଭି ଡ୍ରାଇଭର ଟ୍ରେନିଂ ଆରମ୍ଭ ହେଇଛି । ଏହି ଟ୍ରେନିଂ ଆଗାମୀ ୩୦ ଦିନ ଧରି ଚାଲିବ । ଉଦଘାଟନୀ ସଭାରେ ଅନୁଷ୍ଠାନର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମା ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ଜିଏମ୍‌ ଡିଆଇସି ସୁନାରାମ ସିଂହ ଏବଂ ସମ୍ମାନିତ ଅତିଥି ରୂପେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପରିଚାଳକ କିଶୋର ଚନ୍ଦ୍ର ନାଇକ ଯୋଗ ଦେଇଥିଲେ । ଅତିଥି ଏବଂ ନିର୍ଦ୍ଦେଶକ ପ୍ରତିଭାଗୀମାନଙ୍କୁ ଭାଷଣ ମାଧ୍ୟମରେ ସୁଚିନ୍ତିତ ପରାମର୍ଶ ଦେ଼ଇ ଉତ୍ତମ ଭାବେ ପ୍ରଶିକ୍ଷଣ ନେଇ ଉତ୍ତୋରତ୍ତର ଉନ୍ନତି କରିବାକୁ କହିଥିଲେ । ଅନୁଷ୍ଠାନର ପ୍ରାଧ୍ୟାପିକା ଦୀକ୍ଷାଶ୍ରୀ ମହାପାତ୍ର ସଭା ପରିଚାଳନା କରିଥିବାବେଳେ, ବରିଷ୍ଠ ପ୍ରାଧ୍ୟାପକ ଦିଲ୍ଲୀପ କୁମାର ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ୩୫ ଜଣ ପ୍ରଶିକ୍ଷଣ ନେଉଥିବା ଆରସେଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Comments (0)
Add Comment