ନାବାଳିକା ଛାତ୍ରୀ ହତ୍ୟା ମାମଲାରେ ଦୋଷୀକୁ ଗିରଫ ଦାବୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଗୌଡପଡାର ନବମ ଶ୍ରେଣୀ ଛାତ୍ରୀ କବିତା କହଁର ହତ୍ୟା ଘଟଣାର ଅତିଶୀଘ୍ର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଏବିଭିପି ଦାବୀ କରିଛି । ଏ ନେଇ ଆଜି ଜିଲ୍ଲା ସହ ସଂଯୋଜିକା ରାଜନନ୍ଦୀନି ସାହାଣୀଙ୍କ ନେତୃତ୍ୱରେ ଏବିଭିପି କନ୍ଧମାଳ ଜିଲ୍ଲାର ଏକ ଚାରି ଜଣିଆ ପ୍ରତିନିଧି ମଣ୍ଡଳ କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ଆଗାମୀ ଦିନରେ ଦୋଷୀଙ୍କୁ ଚି଼ହ୍ନଟ କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ତେବେ ଏବିଭିପି ତରଫରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି । କନ୍ଧମାଳ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା, ବିଭିଗ ଏସଏଫଏସ ପ୍ରମୁଖ ଦିବ୍ୟରଞ୍ଜନ ଡାକୁଆ,ଫୁଲବାଣୀ ନଗର ସହ ସମ୍ପାଦକ ଅମିତ ବେହେରା ଆଦି ଦାବିପତ୍ର ପ୍ରଦାନ କରି ଥିଲେ ।

Comments (0)
Add Comment