ଉଦଘାଟନ ପରେ କାମରେ ଲାଗୁନି ଶୌଚାଳୟ

ଚମ୍ପୁଆ:- ମହାଆଡମ୍ବରରେ ଉଦଘାଟନ କରାଗଲା ସତ, ହେଲେ ଯଥା ପର ତଥା ପୂର୍ବ ସ୍ଥିତିରେ ଚମ୍ପୁଆ ଏନଏସିର ମୁଖ୍ୟବଜାର ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ହାଇଟେକ ଶୌଚାଳୟ ଲୋକଙ୍କ କାମରେ ଆସୁନଥିବା ଦେଖିବାକୁ ମିଳିଛି । ଏପରିକି ଉଦଘାଟନ ଦିନରୁ ଏହା କାର୍ଯ୍ୟକ୍ଷମ ହେବାକୁ ଥିବା ବେଳେ ଉଦଘାଟନର ୬ ଦିନ ବିତିଯାଇଥିଲେ ମଧ୍ୟ ଶୌଚାଳୟରେ ତାଲା ଝୁଲୁଛି । ସୂଚନା ଅନୁସାରେ ଜନସାଧାରଣଙ୍କ ସୁବିଧା ତଥା ଉପଖଣ୍ଡ ଚିକିତ୍ସାଳୟକୁ ଆସୁଥିବା ଲୋକଙ୍କ ନିମନ୍ତେ ମହାବିର ଛକ ଠାରେ ୯ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଉଭୟପଟୁ ପ୍ରବେଶ ସୁବିଧା ସହିତ ହାଇଟେକ ଶୌଚାଳୟ ନିର୍ମାଣ କରାଯାଇଛି । ଏହି ଶୌଚାଳୟକୁ ଆଧୁନିକ ଧରଣର ନିର୍ମାଣ କରାଯାଇ ଉଭୟ ପୁରୁଷ ଓ ମହିଳାଙ୍କ ନିମନ୍ତେ ସମସ୍ତ ସୁବିଧା ବ୍ୟବସ୍ଥା ରଖାଯାଇଛି । ଗତ ୩୧ ତାରିଖ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଏହି ଶୌଚାଳୟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇ ଲୋକାର୍ପିତ କରାଯାଇଥିଲା । ଏନେଇ ଏନଏସି ସହକାରୀ ଯନ୍ତ୍ରୀ ସୁଧାକର ଦାସଙ୍କୁ ପଚାରିବାରୁ କହିଛନ୍ତି ଯେ ଏହାକୁ ପରିଚାଳନା ଦାୟିତ୍ୱ ଏସଏଚଜି ଗ୍ରୁପକୁ ହସ୍ତାନ୍ତର କରାଯାଇ ନଥିବାରୁ ଏହା କାର୍ଯ୍ୟକ୍ଷମ ହୋଇ ପାରୁନାହଁ ।

Comments (0)
Add Comment