ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଗାରାବନ୍ଧ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ପ୍ରସୂତୀ କକ୍ଷକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର ରିବନ କାଟି ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୋଶାଣି ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳ ମାଧବ ମାଝୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ଡକ୍ଟର ପତିତପାବନ ବାରିକ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଗୁରାଣ୍ଡୀ, ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ପାତ୍ର (ଆୟୁଷ ଡକ୍ଟର ଗାରାବନ୍ଧ )ଏହି କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀ ଓ ସ୍ୱାସ୍ଥ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।