ରାଜ୍ୟ ସ୍ତରୀୟ ସ୍ୱଚ୍ଛତା ସମାରୋହରେ ପୁରୀ ଜିଲ୍ଲା ସମ୍ବର୍ଦ୍ଧିତ

ପୁରୀ :ସ୍ୱଚ୍ଛତାକୁ ସାର୍ବଜନୀନ କରିବା ସହ ଗୋଷ୍ଠୀ ସହଭାଗୀତାରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲ ଆଜି ପୁରୀ ଜିଲ୍ଲାକୁ ସମ୍ବର୍ଦ୍ଧିତ କରିଛନ୍ତି । ସତ୍ୟବାଦୀ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସ୍ୱଚ୍ଛତା ହିଁ ସେବା ମହୋତ୍ସବରେ ମନ୍ତ୍ରୀ ଶ୍ରୀ ପାଟିଲ ସ୍ୱଚ୍ଛତାରେ ଜିଲ୍ଲାର ଅବଦାନ ୁ ସ୍ୱୀକୃତି ଦେଇ ଗୋଷ୍ଠୀ ସହଭାଗିତାର ସଫଳତା ପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ସତ୍ୟବାଦୀ ବ୍ଲକ ବିଦ୍ୟାଧରପୁର ପଞ୍ଚାୟତକୁ ମଧ୍ୟ ସ୍ୱଚ୍ଛତା ପାଇଁ ପ୍ରଶଂସା ସୂଚକ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହି ସମ୍ବର୍ଦ୍ଧନା ସମୟରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟର ସ୍ୱତନ୍ତ୍ର ଅଧିକାରୀ ଅଶୋକ କୁମାର ମିନା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ସଚିବ ସୁଶୀଲ ଲୋହାନି ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment