ସୁବର୍ଣ୍ଣପୁର: କେନ୍ଦ୍ର ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାକୁ ଅଣଦେଖା ତଥା ବର୍ତ୍ତମାନ ଗରିବଙ୍କୁ ମିଳୁଥିବା ଚାଉଳକୁ କାଟଛାଟ କରିବା ଦ୍ୱାରା ସିଧାସଳଖ ଗରିବର ଭାତହାଣ୍ଡିକୁ ପ୍ରଭାବିତ କରିଥିବା ସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ବନ୍ଦକରି ଗରିବ ପେଟକୁ ଲାତ ମାରିବା ସହ ୩.୨୫କୋଟି ଓଡିଶାବାସୀଙ୍କୁ ସିଧାସଳଖ ପ୍ରଭାବିତ କରିଥିବା ତଥା ଚାଷୀର ଧାନ ଉଠାଇବା ଉପରେ ପାତରଅନ୍ତର ନୀତି ଯୋଗୁଁ ଓଡ଼ିଶାର ଚାଷୀ ଆଜି ଯେଉଁ ଦୁର୍ଦ୍ଦିନରେ ଗତିକରୁଛି ଏସବୁକୁ ପ୍ରତିବାଦ ଜଣାଇ ଆଜି ସୋନପୁର ବିଜୁ ଜନତା ଦଳ ପକ୍ଷରୁ ସୋନପୁର ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ ସଭା ଓ ଧାରଣା ଦିଆଯାଇଛି । ଆଜିର ଏହି ସଭାରେ ବିଜେଡିର ସୋନପୁର ବ୍ଲକ ସଭାପତି ଶଙ୍କର ପ୍ରସାଦ ସାଙ୍କ ସଂଯୋଜନା କ୍ରମେ ଆୟୋଜିତ ପ୍ରତିବାଦ ସଭାରେ ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ସୋନପୁର ପୌରାଧ୍ୟକ୍ଷା ତାମସୀ ତାମସ୍ମୀତା ନାଏକ , ପୂର୍ବତନ ମତ୍ସ୍ୟନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ଜିଲ୍ଲା ପରିଷଦ ସଭ୍ୟ ମଧୁସୂଦନ ଓତା, ଟାଉନ ବିଜେଡ଼ି ସଭାପତି ଜନ୍ମେଜୟ ପାତ୍ର, ଶାସ୍ୱତ ମିଶ୍ର, ଆନନ୍ଦ ଶତପଥି, ଗୋପାଳ ବରାଇ , ରାଜକିଶୋର ସୁନା, ଭାସ୍କର ଦାଶ, ଆନନ୍ଦ ପାତ୍ର, ପୌରପରିଷଦ ଭାଇସ୍ ଚେୟାରମେନ୍ ମଲ୍ଲିକା ଦାନୀ, ପିୟୁଷ ପଣ୍ଡା, ରାଜକିଶୋର ରାଓ ପ୍ରମୁଖଙ୍କ ସହ ପୌରପରିଷଦର ସମସ୍ତ କାଉନସିଲର ଓ ବ୍ଲକର ନିର୍ବାଚିତ ବିଜେଡି ପ୍ରତିନିଧି ସମୁହ ଯୋଗଦାନ କରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବର୍ଷିଥିଲେ । ପରେ ଏକ ବିଶାଳ ରାଲିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।