ଭିବ୍‌ଗ୍ୟୋର ଚିଟ୍‌ଫଣ୍ଡ ଓଡ଼ିଶା ମୁଖ୍ୟଙ୍କୁ ୧୦ବର୍ଷ ଜେଲ

ଭୁବନେଶ୍ୱର: ବହୁଗୁଣ ଲାଭ ଦେବା ଆଳରେ ଜମାକାରୀଙ୍କଠାରୁ ୧୪ କୋଟି ଟଙ୍କା ଠକେଇ ମାମଲାରେ ‘ଭିବ୍‌ଗ୍ୟୋର ଆଲାଏଡ ଇନ୍‌ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍‌ ଲିମିଟେଡ’ ସଂସ୍ଥାର ଓଡ଼ିଶା ମୁଖ୍ୟ ପବିତ୍ର କୁମାର ସାହୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ୧୦ ବର୍ଷ ଜେଲଦଣ୍ଡ ହୋଇଛି। ଏଥିସହ ତାଙ୍କୁ ୭୦ ହଜାର ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି। ଜରିମାନା ଅନାଦାୟେ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ କଟକସ୍ଥିତ ଓପିଆଇଡି କୋର୍ଟ ବୁଧବାର ରାୟ ପ୍ରକାଶ କରିଛନ୍ତି। ୨୦୧୫ରେ ଇଓଡବ୍ଲ୍ୟୁ ଏହି ସଂସ୍ଥା ମୁଖ୍ୟ ରାଣା ଭଦ୍ରାଙ୍କୁ ଗିରଫ କରିଥିବା ବେଳେ କୋର୍ଟରେ ତାଙ୍କର ମାମଲା ବିଚାରାଧୀନ ରହିଛି।

Comments (0)
Add Comment