ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି ଶୁଖିଲା ଗଛ

ଦଶପଲ୍ଲା : ଖୋର୍ଦ୍ଧା -ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଦଶପଲ୍ଲାଠାରୁ ବୌଦ୍ଧ ଜିଲ୍ଲାର ବାରିଂଗ, ବଦଲା ମଧ୍ୟରେ ଜାତୀୟ ରାଜପଥର ଦୁଇ ପାର୍ଶ୍ୱରେ ଅନେକ ଶୁଖିଲା ଗଛ ପଥଚାରୀଙ୍କ ଯାତାୟତରେ ବିପଦ ସୃଷ୍ଟି କରୁଛି । ରାସ୍ତା ପାର୍ଶ୍ୱରେ ରହିଥିବା ଶୁଖିଲା ଗଛ ଗୁଡ଼ିକରୁ ବଡ଼ ବଡ଼ ଡାଳ ଭାଂଗି ପଥଚାରୀ ଓ ବିଭିନ୍ନ ଯାନବାହନ ଉପରେ ପଡିବା ଯୋଗୁଁ ବହୁ ପଥଚାରୀ ଆହତ ହେବା ସଂଗେ ସଂଗେ ବହୁ ଯାନବାହନ କ୍ଷତିଗ୍ରସ୍ତ ହେଉଛି । ଲଗାଣ ବର୍ଷାଯୋଗୁଁ ଶୁଖିଲା ଗଛ ଗୁଡ଼ିକ ଉପୁଡି ଜାତୀୟ ରାଜପଥ ଉପରେ ପଡିବା ଯୋଗୁଁ ଜାତୀୟ ରାଜପଥରେ ଯାଉଥିବା ଯାତ୍ରୀ ଓ ପଣ୍ୟବାହୀ ଯାନବାହନ ଘଣ୍ଟା ଘଣ୍ଟା ଧରି ଅଟକି ରହୁଥିବା ଦେଖିବାକୁ ମିଳୁଛି । ଜାତୀୟ ରାଜପଥ ପ୍ରାଧିକରଣ ଏଥିପ୍ରତି ଉଦାସୀନ ରହୁଥିବାରୁ ସର୍ବସାଧାରଣରେ ଭୃକୁଂଚନ ସୃଷ୍ଟି କରିଛି ।

Comments (0)
Add Comment