ଉଲୁଣ୍ଡା:ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ଉଲୁଣ୍ଡା ଖେଳପଡିଆ ଠାରେ ଆଜି ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଆଜି ହେଲିକପ୍ଟର ଯୋଗେ ଆସି କଲେଜ ପଡ଼ିଆରେ ପଦାର୍ପଣ କରିଥିଲେ । ଆସନ୍ତା ୨୦ ତାରିଖରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ତରଫରୁ ପ୍ରଚାର ପ୍ରସାର ଜାରି ରହିଛି । ନିର୍ବାଚନ ଯେତେ ପାଖେଇ ଆସୁଛି ଗାଁ ଗାଁ ରେ ନିର୍ବାଚନୀ ମାହୋଲ ଜମିବାରେ ଲାଗିଛି । ଓଡିଶା ରେ ଏଥର ଡବଲ ଇଞ୍ଜିନ ସରକାର ଗଠନ କରିବ ବୋଲି ଏହି ସମାବେଶରେ କହିଥିଲେ । ଏହି ସମାବେଶରେ ବିଜେପି ତରଫରୁ ଜନସାଧାରଣଙ୍କୁ ସିଧାସଳଖ ଭୋଟ ଦେବାକୁ ନିବେଦନ କରିଥିଲେ । ଏଥର ଯଦି ଓଡିଶା ରେ ବିଜେପି ସରକାର ଗଠନ ହୁଏ ଧାନ କ୍ଲିଣ୍ଟାଲ ୩୧୦୦ଟଙ୍କା, ସମସ୍ତ ମହିଳାଙ୍କୁ ମାସିକ ୧୦୦୦ଟଙ୍କା, ଭତ୍ତା ୩୦୦୦ଟଙ୍କା, ଶିକ୍ଷା,କୃଷି, ଗମନାଗମନ, ପାନୀୟ ଜଳ ଆଦି ବିଭିନ୍ନ ଯୋଜନା ପ୍ରତିଶ୍ରୁତି ଦେଇଥିଲେ । ଏହି ସମାବେଶରେ ରାୟଗଡ ବିଧାୟକ ପୁରନ୍ଦର ମିଶ୍ର ସିଧାସଳଖ ବିଜେଡି ସରକାର ଉପରେ ନିଶାନା କରି ବର୍ଷିଥିଲେ । ନିର୍ବାଚନୀ ପ୍ରଚାର ରେ ବଲାଙ୍ଗୀର ଲୋକସଭା ପ୍ରାର୍ଥୀନୀ ସଙ୍ଗୀତା କୁମାରୀ ସିଂଦେଓ ଓ ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ଇଂ. ରଘୁନାଥ ଜଗଦଲାଙ୍କୁ ପଦ୍ମଫୁଲ ଚିହ୍ନ ରେ ଭୋଟ ଦେବାକୁ ନିବେଦନ କରିଥିଲେ । ଏହି ଅବସରରେ ହଜାର ହଜାର ଜନସାଧାରଣ ଉପସ୍ଥିତ ଥିଲେ ।