କଟକ: ସ୍ୱତନ୍ତ୍ର ପସ୍କୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଛନ୍ତି | ଆଜି କଟକର ସିଡିଏ ସେକ୍ଟର -୯ ସ୍ଥିତ ସରକାରୀ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି | ମିଳିଥିବା ସୂଚନା ମୁତାବକ ତାଙ୍କୁ ସିଡିଏର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଥିବାବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି | ତେବେ ବିଚାରପତି ଜଣକ ଗତ ୨ ଦିନ ହେବ ଛୁଟିରେ ଥିଲେ | ଆଜି ସେ କାର୍ଯ୍ୟରେ ଯୋଗ ଦେବାର ଥିଲା | କିନ୍ତୁ ଆଜି ବି ସେ ଛୁଟି ନେଇଥିଲେ |