ପୁରୀ : ହବିଷ୍ୟାଳୀ ମା’ମାନଙ୍କୁ ଓଡିଶା ମୋ ପରିବାର ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଛି । ଆଜି ଅପରାହ୍ନରେ ବୃନ୍ଦାବତୀ ନିବାସ ଠାରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସ୍ୱପ୍ନାରାଣୀ ସ୍ୱାଇଁ ହବିଷ୍ୟାଳୀ ମା ମାନଙ୍କୁ କମ୍ବଳ ବଣ୍ଟନ କରିବା ସହ ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ । ରହିବା, ବୃନ୍ଦାବତୀ ପୂଜା କରିବା ,ଠାକୁର ଦର୍ଶନ କରିବା, ମହାପ୍ରସାଦ ସେବନ କରିବା ଓ ଭଜନ ପ୍ରବଚନ ଶୁଣିବାର ସୁବ୍ୟବସ୍ଥା ହୋଇଛି ବୋଲି ମା ମାନେ ମତ ଦେବା ସହ ହୁଳହୁଳି ଧ୍ୱନିରେ ଆଶୀର୍ବାଦ କରିଥିଲେ । ମୋ ପରିବାର ଜିଲ୍ଲା ସଂଯୋଜକ ଶୁବାଶିଷ ଖୁଣ୍ଟିଆ ଏହାକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।