ଭିଜିଲାନ୍ସ ଜାଲରେ ହିନ୍ଦୋଳ ଏସଡିପିଓ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ପଡ଼ିଗଲେ ଏସଡିପିଓ ।  ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସଡିପିଓ ମଳୟ ନାୟକଙ୍କୁ ମାଡ଼ି ବସିଲା କଟକ ଭିଜିଲାନ୍ସ ବିଭାଗ ।

ହିନ୍ଦୋଳ ଅଞ୍ଚଳର ଦୁଃଖବନ୍ଧୁ ସାହୁ ନାମକ ଜଣେ ପଥରଖଣି ମାଲିକଙ୍କଠାରୁ କାରନ୍ଦା ଛକ ନିକଟରେ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ଏସଡିପିଓ ମଳୟ ନାୟକ। ପଥର ପରିବହନ ସମୟରେ ଗାଡିଗୁଡ଼ିକୁ ପାସ୍‌ କରାଇଦେବା ପାଇଁ ଏହି ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡିବସିଛି ଭିଜିଲାନ୍ସ ।

ସୂଚନାଯୋଗ୍ୟ, ପୂର୍ବରୁ ମଳୟ ନାୟକ ଢେଙ୍କାନାଳ ସଦର ଥାନା ଆଇଆଇସି ଥିବା ବେଳେ ପରେ ହିନ୍ଦୋଳରେ ଯୋଗ ଦେଇଥିଲେ। ମଳୟ ନାୟକ ଦୀର୍ଘ ଦିନ ଧରି ଖଣି ଲିଜଧାରୀ ଓ ସାଧାରଣ ଲୋକଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହେଉଥିଲା।

Comments (0)
Add Comment